କନ୍ଧମାଳ ଜିଲ୍ଲା ରାଇପଦା ନିକଟରେ କାର୍ ଦୁର୍ଘଟଣା

ଜି.ଉଦୟଗିରି ୧୫।୨: କନ୍ଧମାଳ ଜିଲ୍ଲା ରାଇପଦା ନିକଟରେ କାର୍ ଦୁର୍ଘଟଣାଗ୍ରସ୍ତ । ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଦୁଇ ଜଣ ଗୁରୁତର ହୋଇଛନ୍ତି । ଗୁରୁତରଙ୍କୁ ଜି.ଉଦୟଗିରି ମେଡିକାଲରେ ଭର୍ତ୍ତି କରାଯାଇଛି । କାର୍ ଟି ବାଲିଗୁଡାରୁ ଭୁବନେଶ୍ବର ଫେରୁଥିବା ବେଳେ ଦୁର୍ଘଟଣା ଘଟିଛି । କାର୍ ରେ ତିନି ଜଣ ଆସୁଥିବା ବେଳେ ଗାଡିଟି ଏକ ଗଛରେ ପିଟି ହୋଇଯାଇଥିଲା । ଡ୍ରାଇଭର ଚାପିହୋଇ ରହିଯାଇଥିବା ବେଳେ ମୃତ୍ୟୁ ହୋଇଛି । ଦୁଇ ଗୁରୁତରଙ୍କୁ ଜି.ଉଦୟଗିରି ମେଡ଼ିକାଲରେ ଭର୍ତ୍ତି କରାଯାଇଛି। ଜଣେ ଗୁରୁତରଙ୍କୁ ଆମ୍ବୁଲାନ୍ସ ଯୋଗେ ଫୁଲବାଣୀ ପଠାଯାଉଛି । ଜି.ଉଦୟଗିରି ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

Leave A Reply

Your email address will not be published.