ବଜରଙ୍ଗବାଲିଙ୍କ ସେବାରେ ରାଧାମୋହନ ..

କନ୍ଧମାଳ : କନ୍ଧମାଳ ଜିଲ୍ଲା ସଦର ମହକୁମା ଫୁଲବାଣୀ ସହରରେ ଅବସ୍ଥିତ ସର୍ବ ପୁରାତନ ଓ ପ୍ରସିଦ୍ଧ ହନୁମାନ ମନ୍ଦିର ପରିଚାଳନା କମିଟି ର ନୂତନ କର୍ମକର୍ତ୍ତା ମନୋନୀତ ହେବା ପରେ ସଭାପତି ରାଧାମୋହନ ମହାପାତ୍ର ଙ୍କ ବଳିଷ୍ଠ ନେତୃତ୍ୱ ଓ କମିଟିର ସଦସ୍ୟ ସଦସ୍ୟା ମାନଙ୍କ ସହଯୋଗ ରେ ମନ୍ଦିର ରଙ୍ଗ କାମ ସହିତ ମନ୍ଦିର ଚାରି ପାଖରେ ସୌନ୍ଦର୍ଯ୍ୟ କରଣ କାର୍ଯ୍ୟ ଚାଲିଛି। ଗତକାଲି ମନ୍ଦିର ପରିସରରେ ହନୁମାନ ଚାଳିଶା ପାଠ କରାଯାଇଥିଲା। ହନୁମାନ ମନ୍ଦିର କମିଟି ପକ୍ଷରୁ ଆୟୋଜିତ ଚାଳିଶା ରେ କମିଟି ମେମ୍ବର ଙ୍କ ସହିତ ବହୁ ଭକ୍ତ ମାନେ ଯୋଗ ଦେଇଥିଲେ। ଚାଳିଶା ପରେ ଭକ୍ତ ମାନେ ପ୍ରସାଦ ସେବନ କରିଥିଲେ। ପ୍ରତି ସଙ୍କରାନ୍ତି ରେ ହନୁମାନ ଚାଳିଶା ହେବାର କାର୍ଯ୍ୟକ୍ରମ ରହିଛି। ସମସ୍ତ ଭକ୍ତଙ୍କୁ ଅନୁରୋଧ ହନୁମାନ ଚାଳିଶା ରେ ଯୋଗ ଦେଇ ହନୁମାନ ଙ୍କ କୃପା ଲାଭ କରନ୍ତୁ।

Leave A Reply

Your email address will not be published.