ବୁଧବାରଠୁ ଭାରତ-ଇଣ୍ଡିଜ ଟି୨୦ ସିରିଜ୍

ନୂଆଦିଲ୍ଲୀ ୧୫/୦୨: ବୁଧବାରଠୁ ଭାରତ ଓ ଓ୍ୱେଷ୍ଟ୍ ଇଣ୍ଡିଜ୍ ମଧ୍ୟରେ ଖେଳାଯିବ ଟି୨୦ ସିରିଜ୍ । ଏତିପାଇଁ ପ୍ରସ୍ତୁତ ଭାରତୀୟ ଦଳ । ଅହମ୍ମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଓ୍ଵେଷ୍ଟଇଣ୍ଡିଜ ବିପକ୍ଷରେ ଦିନିକିଆ ସିରିଜ୍  କ୍ଲିନ୍ ସ୍ୱିପ୍ ପରେ ଏବେ ଭାରତର ନଜର ଟି-୨୦ ସିରିଜ୍ ଜିତିବା ଉପରେ । ତେବେ ତିନି ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜ୍ ପାଇଁ ଭାରତୀୟ ଦଳ କୋଲକାତା ପହଞ୍ଚିଛି। ଭାରତ ଓ ଓ୍ଵେଷ୍ଟଇଣ୍ଡିଜ ମଧ୍ୟରେ ସିରିଜ୍‌ର ପ୍ରଥମ ମୁକାବିଲା ଫେବୃଆରୀ ୧୬ ତାରିଖରେ ଇଡେନ ଗାର୍ଡେନ୍ସରେ ଖେଳାଯିବ। ପଶ୍ଚିମବଙ୍ଗ କ୍ରିକେଟ୍ ସଂଘ ୭୫ ପ୍ରତିଶତ ଦର୍ଶକଙ୍କୁ ଷ୍ଟାଡିୟମରେ ପ୍ରବେଶ ଅନୁମତି ଦେଇଛନ୍ତି। ଦିନିକିଆ ସିରିଜ୍ ଭଳି ଟି୨୦ରେ ମଧ୍ୟ ଭାରତ ଦମଦାର ପ୍ରଦର୍ଶନ କରିବ ବୋଲି ଆସା କରାଯାଉଛି । ଦିନିକିଆରେ ଓପନିଂ ଯୋଡି ଫେଲ ମାରିଥିଲା । ତେଣୁ ବଡ ସ୍କୋର କରିପାରି ନଥିଲା ଭାରତ । ଏହା ସତ୍ତ୍ୱେ ଭଲ ବୋଲିଂ ପାଇଁ ଭାରତ ମ୍ୟାଚ୍ ଜିତି ନେଇଥିଲା । ଦିନିକିଆର ସବୁ ତ୍ରୁଟି ଦଳ ସୁଧାରିବ । ସେହିପରି ଓ୍ୱେଷ୍ଟ ଇଣ୍ଡିଜ ଦିନିକିଆ ସିରିଜ୍ ହାରିବା ପରେ ନିଜର ତ୍ରୁଟି ସୁଧାରୁଛି । ଦଳ ଘାଇଲା ବାଘ ପରି ଭାରତ ଉପରେ ଟି୨୦ରେ ଚାପ ପକାଇପାରେ । ଦଳରେ ଅନେକ ଷ୍ଟାର୍ ବ୍ୟାଟର୍ ଓ ହିଟର୍ ମଧ୍ୟ ରହିଛି । ତେଣୁ ଟି୨୦ ସିରିଜ ରୋମାଞ୍ଚକର ହେବ ବୋଲି ଫ୍ୟାନ୍ ଆଶା କରୁଛନ୍ତି ।

Leave A Reply

Your email address will not be published.