ପ୍ରିଜାଇଡିଂ ଅଫିସର ଶୁଭେନ୍ଦୁ ନାୟକଙ୍କ ମୃତ୍ୟୁ

ଆଠମଲ୍ଲିକ ୧୫।୨: ବୁଧବାର ତାଳଚେରରେ ହେବାକୁ ଥିବା ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ଯୋଗ ଦେବାକୁ ଯାଉଥିବା ଇଲେକ୍ସନ ପ୍ରିଜାଇଡିଂ ଅଫିସର ଶୁଭେନ୍ଦୁ ନାୟକଙ୍କ ହୃଦଘାତରେ ମୃତ୍ୟୁ ହୋଇଛି । ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି । ଶୁଭେନ୍ଦୁ ନାୟକଙ୍କ ଘର ଅନୁଗୁଳ ଜିଲ୍ଲାର କିଶୋରନଗର ବ୍ଲକ କୁମୁରୁଶିଙ୍ଗା ଗାଁରେ ।  ମୃତ୍ୟୁ ବେଳକୁ ତାଙ୍କୁ ୫୩ ବର୍ଷ ବୟସ ହୋଇଥିଲା ।ଶୁଭେନ୍ଦୁ କୁମାର ନାୟକ ରଜାମୁଣ୍ଡା ପ୍ରକଳ୍ପ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଥିଲେ । ନିର୍ବାଚନରେ ସେ ପ୍ରିଜାଇଡିଂ ଅଫିସର ଭାବେ ମଙ୍ଗଳବାର ବଅଁରପାଳ ବ୍ଲକରେ ଦିନ ୯ଟାରେ ଯୋଗଦେବାର ଥିଲା । ସେଥିପାଇଁ ସେ ରାତି ୪ଟାରୁ ବ୍ୟାଗ ଧରି ଘରୁ ବାହାରୁ ଥିଲେ । ବାହାରିବା ସମୟରେ ତାଙ୍କର ଅଚାନକ ମୁହଁ ମୋଡି ହୋଇ ଯାଇଥିଲା । ପରେ ତାଙ୍କୁ କିଶୋରନଗର ମେଡିକାଲକୁ ଅଣାଯାଇଥିଲା  । ୮ଟା ବେଳକୁ ହୃଦଘାତରେ ତାଙ୍କର ମୃତ୍ୟୁ ହୋଇଥିବା ଡାକ୍ତର ଜଣାଇଥିଲେ ।

Leave A Reply

Your email address will not be published.