ପିଚ୍‌ରେ ପଡିଗଲେ ବ୍ୟାଟର, କିନ୍ତୁ ରନ୍ ଆଉଟ୍ କଲେନି ଓ୍ୱିକେଟ୍ କିପର୍

ନୂଆଦିଲ୍ଲୀ ୧୫/୦୨:  ଭଦ୍ରଲୋକଙ୍କ ଖେଳ କ୍ରିକେଟ୍ । ଯାହାର ବଡ ଉଦାହରଣ ଦେଖିବାକୁ ମିଳିଛି ଆୟାରଲାଣ୍ଡ ଓ ନେପାଳ ବିପକ୍ଷ ଟି୨୦ ସିରିଜରେ । ମୁକାବିଲାରେ ନେପାଳର ଓ୍ୱିକେଟ କିପର ଆଶିଫ୍ ସେକ୍ ଆୟରଲାଣ୍ଡର ଆଣ୍ଡି ମ୍ୟାକବ୍ରାଏନଙ୍କୁ ରନ୍ ଆଉଟ୍ କରିନଥିଲେ । କାରଣ ରନ୍ ନେବା ବେଳେ ତଳେ ପଡି ଯାଇଥିଲେ ଆଣ୍ଡି । ଏହି ଘଟଣା ଆୟାରଲାଣ୍ଡ ଇନିଂସର ୧୯ ତମ ଓଭରରେ ଘଟିଥିଲା । ବ୍ୟାଟିଂ କରୁଥିଲେ ଆୟରଲାଣ୍ଡ ବ୍ୟାଟର୍ । ନେପାଳର କମଲ ସିଂ ବୋଲିଂ କରୁଥିବା ବେଳେ ବ୍ୟାଟର ଏକ ସଟ୍ ମାରିଥିଲେ । ଏହାସହ ରନ୍ ନେଇଥିଲେ । ଏତିକିବେଳେ ନନଷ୍ଟ୍ରାଇକର୍ ଏଣ୍ଡରେ ଥିବା ଆଣ୍ଡି ନେପାଳ ବୋଲର କମଲ ସିଂଙ୍କ ସହ ଧକ୍କା ହୋଇ ପଡି ଯାଇଥିଲେ । ତେବେ ବଲ ଓ୍ୱିକେଟ୍ କିପର ଆଶିଫଙ୍କ ପାଖରେ ଥିଲେ ମଧ୍ୟ ସେ ଓ୍ୱିକେଟରେ ଲଗାଇ ନଥିଲେ । ଫଳରେ ଆଣ୍ଡି ରନ୍ ଆଉଟ୍ ହେବାରୁ ବର୍ତ୍ତି ଯାଇଥିଲେ । ଯାହାର ଭିଡିଓ ସୋସିଆଲ ମିଡିଆରେ ଖୁବ ଭାଇରାଲ ହୋଇଛି । ସୂଚନାଯୋଗ୍ୟ, ଏହି ମୁକାବିଲାରେ ଆୟାରଲାଣ୍ଡ ନିର୍ଦ୍ଧାରିତ ୨୦ ଓଭରରେ ୧୨୭ ରନ୍ କରିଥିଲା । ଜବାବରେ ନେପାଳ ୨୦ ଓଭରରେ ୧୧୧ ରନ୍ କରିବାରେ ସକ୍ଷମ ହେବା ସହ ୧୬ ରନରେ ପରାସ୍ତ ହୋଇଥିଲା ।

Leave A Reply

Your email address will not be published.