IND vs WI: ଋଷଭ ପନ୍ତ ହେଲେ ଟି-୨୦ ଦଳର ଦଳ ଉପ ଅଧିନାୟକ

ନୂଆଦିଲ୍ଲୀ ୧୫।୦୨: ଭାରତ ଏବଂ ଓ୍ଵେଷ୍ଟଇଣ୍ଡିଜ ମଧ୍ୟରେ ତିନି ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜର ପ୍ରଥମ ମ୍ୟାଚ୍ ବୁଧବାର ଖେଳାଯିବ। ଏହି ସିରିଜ୍ ପାଇଁ ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ ବୋର୍ଡ(ବିସିସିଆଇ) ଦଳର ଉପ ଅଧିନାୟକ ଘୋଷଣା କରିଛି। କେଏଲ ରାହୁଲଙ୍କ ସ୍ଥାନରେ ଋଷଭ ପନ୍ତଙ୍କୁ ଦଳର ଉପ ଅଧିନାୟକ କରାଯାଇଛି। କାରଣ ରାହୁଲ ଆହତଜନିତ ସମସ୍ୟା କାରଣରୁ ଏହି ସିରିଜରୁ ବାଦ୍ ପଡିଛନ୍ତି। ସୀମିତ ଓଭର ଦଳର ନୂତନ ଉପ ଅଧିନାୟକ କେଏଲ ରାହୁଲ ଓ୍ଵେଷ୍ଟଇଣ୍ଡିଜ ବିପକ୍ଷ ଦ୍ଵିତୀୟ ଦିନିକିଆରେ ଆହତ ହୋଇଥିଲେ। ଏହା ପରେ ସେ ଟି-୨୦ ସିରିଜରୁ ବାଦ୍ ପଡିଛନ୍ତି। ଏହା ପୂର୍ବରୁ ନିଜ ଭଉଣୀଙ୍କ ବିବାହ କାରଣରୁ ଓ୍ଵେଷ୍ଟଇଣ୍ଡିଜ ବିପକ୍ଷ ଦିନିକିଆ ସିରିଜର ପ୍ରଥମ ମ୍ୟାଚ୍ ଖେଳିନଥିଲେ ରାହୁଲ। ଦ୍ଵିତୀୟ ଦିନିକିଆରେ ସେ ଦଳରେ ଯୋଗ ଦେଇଥିଲେ। ଟି-୨୦ ସିରିଜ୍ ପାଇଁ କେଏଲ ରାହୁଲଙ୍କ ବଦଳ ଖେଳାଳି ଭାବେ ଋତୁରାଜ ଗାଏକଓ୍ଵାଡଙ୍କୁ ଦଳରେ ସାମିଲ୍ କରାଯାଇଛି। ଅକ୍ଷର ପଟେଲଙ୍କ ସ୍ଥାନରେ ଦୀପକ ହୁଡ୍ଡାଙ୍କୁ ଦଳରେ ସୁଯୋଗ ଦିଆଯାଇଛି। ସେହି ପରି ସ୍ପିନ ଅଲରାଉଣ୍ଡର ଓ୍ଵାଶିଂଟନ ସୁନ୍ଦର ମଧ୍ୟ ଆହତଜନିତ ସମସ୍ୟା କାରଣରୁ ସିରିଜରୁ ବାଦ୍ ପଡିଛନ୍ତି। ତାଙ୍କ ସ୍ଥାନରେ କୁଲଦୀପ ଯାଦବଙ୍କୁ ଦଳରେ ସାମିଲ୍ କରାଯାଇଛି।

Leave A Reply

Your email address will not be published.