ବୟକଟ୍‌ ଚେନ୍ନାଇ ସୁପରକିଙ୍ଗ୍‌ସ

ନୂଆଦିଲ୍ଲୀ, ୧୫|୦୨:  ସୋସିଆଲ ମିଡିଆରେ ଟ୍ରେଣ୍ଡ୍ କରୁଛି ଚେନ୍ନାଇ ସୁପର କିଙ୍ଗସ । ଦଳ ଜିତି ସାରିଛି ୪ ଥର ଆଇପିଏଲ ଟ୍ରଫି । ଏବେ କେବଳ ଜଣେ ଖେଳାଳିଙ୍କ ପାଇଁ ଚେନ୍ନାଇକୁ କରାଯାଉଛି ଟ୍ରୋଲ୍  । ବୟକଟ ଚେନ୍ନାଇ ହ୍ୟାସଟ୍ୟାଗ୍ ଦେଇ ୟୁଜର ଟ୍ୱିଟ୍ କରୁଛନ୍ତି । ଏହି କ୍ରିକେଟର ହେଲେ ମହୀଶ ଥିକସାନା । ତାଙ୍କୁ କିଣିବା କାରଣରୁ ଫ୍ୟାନ୍ ସିଏସକେ ଉପରେ ଅସନ୍ତୁଷ୍ଠ ଅଛନ୍ତି । ଚେନ୍ନାଇ ଶ୍ରୀଲଙ୍କାର ଯୁବ ଦ୍ରୁତ ବୋଲର ମହୀଶଙ୍କୁ କ୍ରୟ କରିଛି । ତାଙ୍କର ବେସ୍ ପ୍ରାଇସ୍ ୨୦ ଲକ୍ଷ ଥିବା ବେଳେ ବିଡିଂ ବେଳେ ଏହା ୭୦ ଲକ୍ଷରେ ପହଁଚିଥିଲା । ଶେଷରେ ସିଏସକେ ୭୦ ଲକ୍ଷ ଟଙ୍କାର ନିଲାମ ଡାକି ମହୀଶଙ୍କୁ କିଣି ନେଇଥିଲା । ଏହାକୁ ନେଇ ଚେନ୍ନାଇ ପ୍ରଶଂସକ ଖୁସି ନାହାଁନ୍ତି । ଏପରିକି ଦଳକୁ ବୟକଟ କରିବା ପାଇଁ ମଧ୍ୟ ଦାବି କରୁଛନ୍ତି । ସିଏସକେ ନିଜ ଟ୍ୱିଟରରେ ମହୀଶଙ୍କ ଏକ ଫଟୋ ସେୟାର କରିଥିଲା । ଏହାସହ ମହୀଶ ଇନ୍ ୟେଲୋ ଫେମ୍, ସୁପର ଅକସନ୍ ବୋଲି କ୍ୟାପସନ୍ ଦେଇଥିଲା ସିଏସକେ । ଜଣେ ୟୁଜର ଲେଖିଛନ୍ତି ଯେ, ପାକିସ୍ତାନ ଭାରତର ଶତ୍ରୁ  । ତେଣୁ ସେଠାକାର ଖେଳାଳି ଆଇପିଏଲରେ ସାମିଲ ନାହାଁନ୍ତି । ଶ୍ରୀଲଙ୍କା ତାମିଲଙ୍କ ଶତ୍ରୁ । ସିଏସକେ କିପରି ମହୀଶଙ୍କୁ ଦଳରେ ସାମିଲ କଲା ସେନେଇ ପ୍ରଶ୍ନ ଉଠାଇଛନ୍ତି ୟୁଜର । ଅନ୍ୟ ୟୁଜରମାନେ ମଧ୍ୟ ଚେନ୍ନାଇକୁ କଟାକ୍ଷ କରିଛନ୍ତି ।

Leave A Reply

Your email address will not be published.