ଫୁଲବାଣୀ ସହରର ଫ୍ରେଣ୍ଡସ ୟୁଥ୍ କ୍ଳବ୍ ପକ୍ଷରୁ ସମୂହ ଦୀପ ଦାନ ଓ କ୍ୟାଣ୍ଡଲ ଯାତ୍ରା

ଫୁଲବାଣୀ : ଗତ କାଲି ଥିଲା ପ୍ରେମୀ ଯୁଗଳଙ୍କ ଦିନ . ଏନେଇ ସବୁ ପ୍ରେମୀ ଯୁଗଳଙ୍କ ମନରେ ଉତ୍ସହ ଭରି ରହିଥିଲା ହେଲେ ଗତ କାଲି କେତେ ସାଧବ ମଥାରୁ ସିନ୍ଦୁର ପୋଛି ହୋଇ ଯାଇଥିଲା , କେତେ ପିଲା ଅନାଥ ହୋଇଥିଲେ, କେତେ ମା ପାଖରୁ ନିଜ ପୁଅକୁ ଛଡାଇ ନେଇଥିଲା ପୁଲବାମା ଆତଙ୍କୀ ହମଲା ..ଏନେଇ କନ୍ଧମାଳ ଜିଲ୍ଲା ସଦର ମହକୁମା ଫୁଲବାଣୀ ସହରର ଫ୍ରେଣ୍ଡସ ୟୁଥ୍ କ୍ଳବ୍ ପକ୍ଷରୁ ଆଜି ପୁଲବାମା ସହିଦ୍ ମାନଂକ ସ୍ମୃତି ଉଧେଶ୍ୟରେ ସମୂହ ଦୀପ ଓ କ୍ୟାଣ୍ଡଲ ଯାତ୍ରା କରିଚନ୍ତି। ରାଧା ମୋହନଙ୍କ ଉପଦେଷ୍ଟାରେ , ଦିନେଶ ପାତ୍ର ଙ୍କ ନେତୃତ୍ବ ରେ ଏହି କ୍ୟାଣ୍ଡଲ ଯାତ୍ରା ଅନୁଷ୍ଠିତ ହୋଇଥିଲା । ଏଥିରେ କନ୍ଧମାଳ ଜିଲ୍ଲା ଫୁଲବାଣୀର ରାହୁଲ ପ୍ରଧାନ ଶିଭାଶିଷ ବେହେରା ଓ ୱାସିମ ଆକ୍ରମଙ୍କ ସମେତ ବହୁ ସଂଖ୍ୟାରେ ଯୁବକ ମାନେ ଯୋଗ ଦେଇଥିଲେ।

Leave A Reply

Your email address will not be published.