କନ୍ଧମାଳରେ ପୁଣି ଲାଲ ତାଣ୍ଡବ..

ଫୁଲବାଣୀ : କନ୍ଧମାଳରେ ପୂଣି ମାଓ ହିଂସା, ମାଓ ବାଦୀ ମାନେ ପୁଣି ଦୁଇଜଣକୁ ଗଳା କାଟି ନିର୍ମମ ଭାବେ ହତ୍ୟା କରି ଥିବା ସୂଚନା ମିଳିଛି ଲ କନ୍ଧମାଳ ଜ଼ିଲ୍ଲା ତୁମୁଡିବନ୍ଧ ବ୍ଲକ ଭଣ୍ଡରଙ୍ଗୀପଂଚାୟତ ଅଂଚଳରେ ମାଓବାଦୀ ମାନେ ଏଭଳି ହିଂସାକାଣ୍ଡ ଭିଆଇ ଥିବା ସୂଚନା l ଫଳରେ ଅଂଚଳବାସି ଭୟଭୀତ ଅବସ୍ଥାରେ ଥିବା ଦେଖିବାକୁ ମିଳିଛି l ଗତ କିଛି ଦିନ ହେଲା ଏହି ପଂଚାୟତ ଭୋଟ ବର୍ଜନ ପାଇଁ ପୋଷ୍ଟର ଓ ବ୍ୟାନର ମାରିଥିଲେ ମାଓବାଦୀ l ସେହିପରି ଗତ କିଛି ମାସ ତଳେ ଭଣ୍ଡାରଙ୍ଗୀ ସରପଞ୍ଚ ପୁଅକୁ ନିର୍ମମଭାବେ ହତ୍ୟା କରିଥିଲେ ମାଓବାଦୀ l ତା ସହ ଗତ ସପ୍ତାହରେ ମାଓବାଦୀ ମାନେ ଫିରିଙ୍ଗିଆ ଥାନା ଅନ୍ତର୍ଗତ ସାଡୀଙ୍ଗିଆ ପଂଚାୟତ ଅନ୍ତର୍ଗତ କୀଆମୁଣ୍ଡା ଗ୍ରାମରେ ମାଓବାଦୀ ମାନେ ପୋଷ୍ଟର ଓ ବ୍ୟାନର ମାରିବା ସହ ରାସ୍ତା କରୁଥିବା ଠିକାଦାରଙ୍କ ଜେ ସି ବି ଓ ଟ୍ରାକଟର ଆଦି ପୋଡି ଦେଇଥିଲେ l ଏହା ବ୍ୟତୀତ ଲ୍ୟାଣ୍ଡମାଇନ ବିସ୍ଫୋରଣରେ ଜଣଙ୍କ ମୃତ୍ଯୁ ମଧ୍ୟ ଘଟି ଥଲା l ମାଓ ହମଲା ଫଳରେ ତୁମୁଡିବନ୍ଧ ବ୍ଳକ ଅଂଚଳ ରେ ନିରପେକ୍ଷ ଭୋଟ ଗ୍ରହଣ ନେଇ ସନ୍ଦେହ ସୃଷ୍ଟି ହୋଇଛି l

Leave A Reply

Your email address will not be published.