ସୁଜନପୁର ପଞ୍ଚାୟତ ୧ନଂ ବୁଥ୍‌ରେ ଭଙ୍ଗାରୁଜା, ମତଦାନ ବନ୍ଦ

ଯାଜପୁର ୧୬।୨: ଯାଜପୁର ଜିଲ୍ଲା ସୁଜନପୁର ପଞ୍ଚାୟତ ହସନପୁର ଗାଁ ଦୁର୍ଗାପୁର ଅଙ୍ଗନୱାଡ଼ି  କେନ୍ଦ୍ରରେ ୧ ନଂ ବୁଥରେ ଭଙ୍ଗାରୁଜା । ଫଳରେ ମତଦାନ ବନ୍ଦ ରହିଛି । ଦୁଇ ଗୋଷ୍ଠୀ ମଧ୍ୟରେ  ଉତ୍ତେଜନା ସୃଷ୍ଟି ହୋଇଛ ।  ବୁଥ୍ ରେ ପଶି କବାଟ ଭାଙ୍ଗିବା  ସହ ବାଲାଟ ପେପର ଓ ଷ୍ଟାମ୍ପ ନେଇଯାଇଥିବା ଅଭିଯୋଗ ହୋଇଛି । ଯାହା ଫଳରେ ବୁଥରେ ମତଦାନ ବନ୍ଦ ରହିଛି । ଘଟଣାସ୍ଥଳରେ ପୋଲିସ ମୁତୟନ ହୋଇଥିବା ଯାଜପୁର ବିଡିଓ ସୂଚନା ଦେଇଛନ୍ତି ।

Leave A Reply

Your email address will not be published.