ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ: ଆଜି ପ୍ରଥମ ପର୍ଯ୍ୟାୟ ଭୋଟ, କଡ଼ା ସୁରକ୍ଷାରେ ଚାଲିଛି ମତଦାନ

ଢେଙ୍କାନାଳ ୧୬।୦୨: ଆଜି ହେଉଛି ପ୍ରଥମ ପର୍ଯ୍ୟାୟ ପଞ୍ଚାୟତ ନିର୍ବାଚନ। ଏଥିପାଇଁ ସକାଳ ୭ଟାରୁ ଆରମ୍ଭ ହୋଇ ଯାଇଛି ଭୋଟ୍ ଗ୍ରହଣ। ପ୍ରଥମ ପର୍ଯ୍ୟାୟର ଭୋଟ ଗ୍ରହଣ ଦିନରେ ଢେଙ୍କାନାଳ ଜିଲ୍ଲାର ହିନ୍ଦୋଳ ଓ ଗଁନ୍ଦିଆ ବ୍ଲକର ଭୋଟ ଗ୍ରହଣ ହେଉଛି । ଭୋଟର ମାନେ ବୁଥକୁ ଯାଇ ସ୍ୱତନ୍ତ୍ର ବାଲାଟ ପେପରରେ ଜିଲ୍ଲା ପରିଷଦ, ସରପଞ୍ଚ , ସମିତି ସଭ୍ୟ ଓ  ୱାର୍ଡ ମେମ୍ବର ପ୍ରାର୍ଥୀଙ୍କୁ ମତଦାନ କରୁଛନ୍ତି । ତେବେ ଉଭୟ ବ୍ଲକର ୮ଟି ଜିଲ୍ଲା ପରିଷଦ ଆସନ, ୬୪ଟି ପଂଚାୟତରେ ସରପଞ୍ଚ ଓ ପଞ୍ଚାୟତ ସମିତି ସଭ୍ୟ  ତଥା ୮୭୨ଟି ୱାର୍ଡ ମେମ୍ବର ପଦବୀ ପାଇଁ  ମତଦାନ ହେବ । ସେଥି ମଧ୍ୟରୁ ମୋଟ ୮୭୨ଟି ବୁଥରୁ ଉଭୟ ବ୍ଲକର ୧୪୬ଟି ବୁଥ ସମ୍ବେଦନଶୀଳ ରହିଛି । ହିନ୍ଦୋଳ ବ୍ଲକ ୩୫ ପଞ୍ଚାୟତ ଓ ଗଁନ୍ଦିଆରେ ୨୯ ପଞ୍ଚାୟତର ମୋଟ ୨୬ଜଣ ଜିଲ୍ଲା ପରିଷଦ ପ୍ରାର୍ଥୀ ରହିଛନ୍ତି । ୨୮୪ଜଣ ସରପଞ୍ଚ ଓ ସମିତି ସଭ୍ୟ ଥିବା ବେଳେ ୧୦୫୭ ଜଣ ୱାର୍ଡ ମେମ୍ବର ପ୍ରାର୍ଥୀ ଅଛନ୍ତି । ଏଥିପାଇଁ ପୋଲିସର ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି ।

Leave A Reply

Your email address will not be published.