‘କୁମକୁମ ଭାଗ୍ୟ’ ନଜର ଆସିବେନି ଶବ୍ବୀର

ମୁମ୍ବାଇ ୧୬।୦୨: ଆଉ ‘କୁମକୁମ ଭାଗ୍ୟ’ ସିରିଏଲରେ ନଜର ଆସିବେନି ଅଭିଷେକ ମେହରା। ଘରେ ଘରେ ଏହି ନାମରେ ପରିଚିତ ହୋଇଥିବା ଶବ୍ବୀର ଅହଲୁୱାଲିଆ ‘କୁମକୁମ ଭାଗ୍ୟ’ ସହ ପ୍ରାୟ ୭ ବର୍ଷର ସମ୍ପର୍କକୁ ଛାଡୁଛନ୍ତି। ଏହି ଖବର ଶବ୍ବୀରଙ୍କ ଫ୍ୟାନଙ୍କୁ ଉଦାସ କରିଛି। ଜୀବନରେ ଆଗକୁ ବଢ଼ିବାକୁ ଛୋଟ ପରଦାର ମୋଷ୍ଟ ହ୍ୟାଣ୍ଡସମ୍‌ ଓ ଟ୍ୟାଲେଣ୍ଟେଡ ଆକ୍ଟର ଏପରି ନିଷ୍ପତ୍ତି ନେଇଥିବା ଶୁଣିବାକୁ ମିଳୁଛି। ଏକତା କପୁରଙ୍କ ପପୁଲାର ଶୋ’ ‘କୁମକୁମ ଭାଗ୍ୟ’ ଛାଡ଼ିବାକୁ ନିଷ୍ପତ୍ତି ନେଇଛନ୍ତି ଶବ୍ବୀର। ବର୍ତ୍ତମାନ ଏହାକୁ ନେଇ ଗ୍ଲାମର ଦୁନିଆରେ ଚର୍ଚ୍ଚା। ଏହାର ପ୍ରଭାବ ଉଭୟ ଏକତା ଓ ଶବ୍ବୀରଙ୍କ ସମ୍ପର୍କ ଉପରେ ପଡ଼ିବ ନାହିଁ ବୋଲି ଜଣାଯାଇଛି। ଏନେଇ ଏକତାଙ୍କ ସଂସ୍ଥା ପକ୍ଷରୁ ଅଫିସିଆଲି କିଛି କୁହାଯାଇ ନ ଥିବା ବେଳେ ଶବ୍ବୀର ବି କହିବାକୁ ନାରାଜ। ସୂଚନା ଅନୁଯାୟୀ, ଶବ୍ବୀର ଏକ ମେଗା ସିରିଏଲରେ ମୁଖ୍ୟ ଚରିତ୍ର ପାଇଥିବା ବେଳେ ଶବ୍ବୀର ପ୍ରୋଜେକ୍ଟ ସାଇନ୍‌ କରି ନ ଥିବା ଜଣାପଡିଛି । କିନ୍ତୁ କୁହାଯାଉଛି ଆସନ୍ତା ମାର୍ଚ୍ଚ ବେଳକୁ ଏହା ଅନଲାଇନ୍‌ ଆସିବ ।

Leave A Reply

Your email address will not be published.