ଭାଲୁ ଆକ୍ରମଣରେ ଗୁରୁତର

ପାଟଣା ୧୬।୦୨: କେନ୍ଦୁଝର ଜିଲ୍ଲା ପାଟଣା ରେଞ୍ଜ ମାଧପୁର ଗାଁରେ ଭାଲୁ ଆକ୍ରମଣ । ଏଥିରେ ଜଣେ ବୃଦ୍ଧ ଗୋବିନ୍ଦ ଚନ୍ଦ୍ର  ନାଏକ ଗୁରୁତର ହୋଇଛନ୍ତି । ତାଙ୍କୁ ଗୁରୁତର ଅବସ୍ଥାରେ ପାଟଣା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି । ଖବର ଅନୁଯାୟୀ, ଗାଁ ନିକଟରେ ଥିବା ପୋଖରୀକୁ ଗୋବିନ୍ଦ ଶୌଚ ହେବାକୁ ଯାଇଥିଲେ ଗୋବିନ୍ଦ । ଠିକ୍‌ ଏହି ସମୟରେ ଜଙ୍ଗଲରୁ ଆସି ଏକ ଭାଲୁ ଅତର୍କିତ ଭାବେ ଆକ୍ରମଣ କରିଥିଲେ । ଯେଉଁଥିରେ ସେ ଗୁରୁତର ହୋଇଥିଲେ । ଘଟଣାସ୍ଥଳରେ ଗୁରୁତର ଭାବେ ପଡିରହିଥିବା ଦେଖି ପରିବାର ଲୋକ ତାଙ୍କୁ ଉଦ୍ଧାର କରି ତୁରନ୍ତ ପାଟଣା ମେଡିକାଲରେ ଭର୍ତ୍ତି କରିଥିଲେ । ଗୋବିନ୍ଦଙ୍କ ଡାହାଣ ହାତ ଓ ଗୋଡ଼ରେ ଗଭୀର କ୍ଷତ ହୋଇଛି ।

Leave A Reply

Your email address will not be published.