ଆମେରିକା-ଚୀନ ବିବାଦରେ ବଳି ପଡୁଛି ନେପାଳ

ନୂଆଦିଲ୍ଲୀ ୧୭/୦୨:  ନେପାଳରେ ପୁଣି ରାଜନୈତିକ ସଙ୍କଟ । ତେବେ ନେପାଳର ସଙ୍କଟ ପାଇଁ ଦାୟୀ ହେଉଛି ଚୀନ ।  ସରକାରରେ ଥିବା ସେର ବାହାଦୁର ଦେଓବା ସରକାରକୁ କମ୍ୟୁନିଷ୍ଟ ପାର୍ଟି ଅଫ୍ ନେପାଳ ନେତା ପ୍ରଚଣ୍ଡ ମେଣ୍ଟରୁ ଓହରିବା ନେଇ ଧମକ ଦେଇଛନ୍ତି । ଏହି ଧମକ ପ୍ରଚଣ୍ଡ ସେତେବେଳେ ଦେଇଛନ୍ତି ଯେତେବେଳେ ଆମେରିକାର ମିଲେନିୟମ ଚ୍ୟାଲେଞ୍ଜ କର୍ପୋରେସନ ବା ଏମସିସିକୁ ନେପାଳ ସଂସଦରେ ଲାଗୁ କରିବା ନେଇ ପ୍ରକ୍ରିୟା ଆରମ୍ଭ ହୋଇଥିଲା । ଏମସିସିରେ ଆମେରିକା ନେପାଳକୁ ୫୦ କୋଟି ଡଲାର ପ୍ରଦାନ କରିଥାନ୍ତା । ଏହି ଟଙ୍କାରେ ନେପାଳ ରାସ୍ତାର ଗୁଣବତ୍ତା ବଢିଥାନ୍ତା । ଏପରିକି ନେପାଳ ଭାରତ ମଧ୍ୟରେ ବିଜୁଳି କାରବାର ହୋଇଥାନ୍ତା । ତେବେ ପୂର୍ବରୁ ନେପାଳକୁ ଆମେରିକା ଏମସିସି ପାଇଁ ଧମକ ଦେଇଥିଲା । ଯଦି ନେପାଳ ଏହି ଟଙ୍କା ସ୍ୱୀକାର ନକରେ ତେବେ ଆମେରିକା ଦୁଇ ଦେଶର ସମ୍ପର୍କ ବାବଦରେ ସମୀକ୍ଷା କରିବ ବୋଲି କହିଥିଲା । ପୂର୍ବବର୍ଷ ସରକାରରେ ଆସିବା ପରେ ସେର ବାହାଦୁର ସରକାର ଆମେରିକାକୁ ଏମସିସି ଗ୍ରହଣ କରିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ ।

Leave A Reply

Your email address will not be published.