ଗଛରେ ଝୁଲୁଛି ନାବାଳକର ମୃତଦେହ

ପାଟଣା ୧୭।୦୨ : ନାବାଳକର ଝୁଲନ୍ତା ମୃତଦେହ ଠାବ । କେନ୍ଦୁଝର ଜିଲ୍ଲା ପାଟଣା ଗାଁ ନିକଟ ଥିବା ଗଛରୁ ମୃତଦେହ ମିଳିଛି ।  ମୃତ ନାବାଳକ ଗଣେଶ ମୁଣ୍ଡା , ପାଟଣା ଥାନା ଖଡିକାପଦା ଗାଁର ବୋଲି ଜଣାପଡିଛି । ଖବର ଅନୁଯାୟୀ, ପାଟଣା ଗାଁ ନିକଟରେ ଥିବା ଏକ ଗଛରେ ନାବାଳକର ମୃତଦେହ ଝୁଲୁଥିବାର ଦେଖିବାକୁ ମିଳିଥିଲା । ଏହାପରେ ତୁରନ୍ତ ଗାଁଲୋକେ ତୁରନ୍ତ ପୋଲିସକୁ ଖବର ଦେଇଥିଲେ । ପୋଲିସ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରିଛି । ତେବେ ମୃତ୍ୟୁର କାରଣ ଏବେ ଯାଏଁ ଅସ୍ପଷ୍ଟ ରହିଛି । ନାବାଳକର ମୃତ୍ୟୁ ପଛରେ ହତ୍ୟା ନା ଆତ୍ମହତ୍ୟା ।ତାହା ପୋଲିସ ତଦନ୍ତ ପରେ ହିଁ ସ୍ପଷ୍ଟ ହେବ ବୋଲି ସ୍ଥାନୀୟଲୋକେ ଆଶା ରଖିଛନ୍ତି ।

Leave A Reply

Your email address will not be published.