ଶସ୍ତା ୫ଜି ଫୋନ୍ ଲଞ୍ଚ୍ କରିବ ଓ୍ୱାନ୍ ପ୍ଲସ

ନୂଆଦିଲ୍ଲୀ ୧୭/୦୨:   ଗୁରୁବାର ଓ୍ୱାନପ୍ଲସ୍ ନିଜର ଏକ ଶସ୍ତା ଫୋନ୍ ଲଞ୍ଚ୍ କରିବ । କମ୍ପାନୀ ନୋର୍ଡ ସିଇ୨ ୫ଜି ଫୋନର ବଜାର ପ୍ରବେଶ କରିବ । ଏହା ନୋର୍ଡ ସିଇ୨ ୫ଜି ହେଉଛି ପୁରୁଣା ଭର୍ସନ ଓ୍ୱାନପ୍ଲସ୍ ନୋର୍ଡ ସିଇର ଅପଗ୍ରେଡ୍ ଭର୍ସନ । କମ୍ପାନୀ ପୂର୍ବରୁ କହିଥିଲା ଯେ, ନୂଆ ଲଞ୍ଚ୍ ହେବାକୁ ଥିବା ଫୋନରେ ମିଡିଆ ଟେକ୍ ଡାଇମେନସିଟି ୯୦୦ ପ୍ରୋସେସର ଦିଆଯାଇଛି । ଏହା ଦୁଇଟି କଲରରେ ଉପଲବ୍ଧି ହେବ । ପୂର୍ବରୁ ଏ ବାବଦରେ ଅନେକ ତଥ୍ୟ ଲିକ୍ ହୋଇ ସାରିଛି । ନୂଆ ସ୍ମାର୍ଟଫୋନକୁ ଗୁରୁବାର ସନ୍ଧ୍ୟା ୭ଟାରେ ଏକ କାର୍ଯ୍ୟକ୍ରମରେ ଲଞ୍ଚ୍ କରାଯିବ । ଏହାକୁ ସୋସିଆଲ ମିଡିଆ ଚ୍ୟାନେଲରେ ଲାଇଭ୍ ଦେକି ହେବ । ଫୋନ ସହ ଓ୍ୱାନପ୍ଲସ୍ ଟିଭି ଓ୍ୱାଇ ୧ଏସ ଓ ଓ୍ୱାଇ ୧ଏସ ଏଜ୍ ଲଞ୍ଚ କରିବ ।ଅନେକ ଓ୍ୱେବସାଇଟର ରିପୋର୍ଟ ଅନୁସାରେ, ସ୍ମାର୍ଟଫୋନର ଦାମ୍ ୨୩୯୯୯ ଟଙ୍କା ରହିବ । ଏଥିରେ ୬ ଜିବି ରାମ୍ ସହ ୧୨୮ ଜିବିର ଷ୍ଟୋରେଜ୍ ମିଳିବ । ସେହିପରି ଆଉ ଏକ ଭାରିଆଣ୍ଟ ୮ ଜିବି ରାମରେ ଉପଲବ୍ଧ ହେବ । ଯାହାର ଦାମ୍ ୨୫୯୯୯ ଟଙ୍କାରୁ ରହିବ । ଏତତ୍ ବ୍ୟତୀତ ଫୋନରେ ଆମୋଲେଡ୍ ସ୍କ୍ରିନ୍ ରହିଛି । ଯାହାର ରିଫ୍ରେସ୍ ରେଟ୍ ୯୦ ଏଚଜେଡ୍ । ସେହିପରି କ୍ୟାମେରା ପାଇଁ ଫୋନରେ ୬୪ ମେଗା ପିକ୍ସଲ କ୍ୟାମେରା ରହିଛି । 

Leave A Reply

Your email address will not be published.