ଫୁଟବଲ ବିଶ୍ୱକପ୍‌ରୁ ରୁଷିଆ ନିଲମ୍ବିତ

ନୂଆଦିଲ୍ଲୀ, ମାର୍ଚ୍ଚ ୦୧ : ଆଗାମୀ ଆଦେଶ ପର୍ଯ୍ୟନ୍ତ ରୁଷିଆକୁ ସମସ୍ତ ଅନ୍ତର୍ଜାତୀୟ ଫୁଟବଲ ପ୍ରତିଯୋଗିତାରୁ ନିଲମ୍ବିତ କରାଯାଇଛି । ଫିଫା ପକ୍ଷରୁ ଏହି ନିଲମ୍ବନ ନେଇ ନିଷ୍ପତ୍ତି ନିଆଯାଇଛି । ପୋଲାଣ୍ଡ, ସ୍ୱୀଡେନ୍ ଭଳି ଦେଶଗୁଡ଼ିକ ରୁଷିଆ ବିପକ୍ଷରେ ସ୍ୱର ଉତ୍ତୋଳନ କରିଛନ୍ତି । ରୁଷିଆ ସହିତ ଫୁଟବଲ ମ୍ୟାଚ ନ ଖେଳିବା ପାଇଁ ପୋଲାଣ୍ଡ ଓ ସ୍ୱୀଡେନ ସହିତ ଅନେକ ରାଷ୍ଟ୍ର ନିଷ୍ପତ୍ତି ନେଇଛନ୍ତି । ୟୁରୋପୀୟ ଫୁଟବଲ ସଂଘ ସହିତ ଦୀର୍ଘ ସମୟ ପର୍ଯ୍ୟନ୍ତ କଥାବାର୍ତ୍ତା କରିବା ପରେ ଫିପା ଘୋଷଣା କରିଛି ଯେ, ରୁଷିଆକୁ ବର୍ତ୍ତମାନ ପରିପ୍ରେକ୍ଷୀରେ ଅନ୍ତର୍ଜାତୀୟ ମ୍ୟାଚରୁ ନିଲମ୍ବିତ କରାଯାଇଛି । ରୁଷୀୟ ରାଷ୍ଟ୍ରପତି ଭ୍ଲାଦିମୀର ପୁତିନ ଦ୍ୱାରାଙ୍କ ପଡୋଶୀ ଦେଶ ୟୁକ୍ରେନ୍ ଉପରେ ଆକ୍ରମଣ କରିବା ପରେ ବିଶ୍ୱରେ ରୁଷିଆକୁ ତୀବ୍ର ବିରୋଧ ହେଉଛି । ଅନ୍ତରାଷ୍ଟ୍ରୀୟ ଅଲିମ୍ପିକ ସଂଘ (ଆଇଓସି) ପୂର୍ବରୁ ରୁଷିଆ ଉପରେ କଟକଣା ଲାଗୁ କରିଛି । ଆଇଓସି କହିଛି ଯେ, ରୁଷିଆ ଓ ବେଲାରୁଷ ଆଥଲେଟିକ୍‌କୁ କୌଣସି ପ୍ରକାରର ଅନ୍ତର୍ଜାତୀୟ ପ୍ରତିଯୋଗିତାରେ ଅଂଶଗ୍ରହଣ କରିବାକୁ ସୁଯୋଗ ଦିଆ ନଯାଉ । 

Leave A Reply

Your email address will not be published.