ଏଥର IPL ଖେଳିବେ ସୁରେଶ ରୈନା

ନୂଆଦିଲ୍ଲୀ ୦୨।୦୩ : ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ରେ ନଜର ଆସିପାରନ୍ତି ମିଷ୍ଟର ଆଇପିଏଲ୍‌ । ଭାରତୀୟ କ୍ରିକେଟ୍‌ର ଧୁଆଁଧାର ବ୍ୟାଟସମ୍ୟାନ୍‌ ସୁରେଶ ରୈନାଙ୍କୁ ଏଥର ଆଇପିଏଲ୍‌ରେ ମ୍ୟାଚ୍‌ ଖେଳୁଥିବାର ନଜର ଆସିପାରନ୍ତି । ସୋସିଆଲ୍ ମିଡିଆରେ ଭାଇରାଲ୍‌ ହେଉଛି ଏକ ଫଟୋ । ଯେଉଁଥିରେ ସେ ଏକ ନୂଆ ଦଳର ଜର୍ସି ପିନ୍ଧିଥିବାର ଦେଖିବାକୁ ମିଳିଛି । ଖବର ଅନୁଯାୟୀ, ଚେନ୍ନାଇ ସୁପରକିଙ୍ଗସ୍‌ ସହିତ ନିଜ ଆଇପିଏଲ୍ କ୍ୟାରିୟର ଆରମ୍ଭ କରିଥିବା ସୁରେଶ ରୈନାଙ୍କ ପାଇଁ ଚଳିତ ବର୍ଷ ଥିଲା ବହୁ କଷ୍ଟଦାୟକ । ଯେଉଁ ଟିମ୍‌ ସହିତ ଦୀର୍ଘ ଦିନ ହେବ ଜଡିତ ଥିଲେ । ସେହି ଟିମ୍‌ ଶେଷରେ ତାଙ୍କୁ କିଣିନଥିଲା । ଏପିରିକି କୌଣସି ବି ସୁରେଶ ରୈନାଙ୍କୁ କିଣିବା ପାଇଁ ଆଗ୍ରହ ପ୍ରକାଶ କରିନଥିଲେ । ଚଳିତ ଆଇପିଏଲ୍‌ ମେଗା ଅକ୍ସନରେ ସୁରେଶ ରୈନ ଅନ୍‌ସୋଲ୍ଡ ଖେଳାଳି ଭାବେ ରହିଯାଇଥିଲେ । ତାଙ୍କ ବେସ୍ ପ୍ରାଇସ୍‌ ୨ କୋଟି ଥିଲେ ମଧ୍ୟ କୌଣସି ଦଳ ତାଙ୍କୁ କିଣିନଥିଲା । ପୂର୍ବ ସିଜିନ୍‌ରେ ସୁରେଶ ରୈନାଙ୍କୁ ଚେନ୍ନାଇ ୧୧ କୋଟି ଟଙ୍କାରେ କିଣିଥିଲା ।

Leave A Reply

Your email address will not be published.