ଦିବଂଗତ ସାମ୍ବାଦିକ ଅରିନ୍ଦମଙ୍କ ଘରୁ ଲୁଟ୍‌

ପାଟଣା ୦୩।୦୩ : ଦିବଂଗତ ସାମ୍ବାଦିକ ଅରିନ୍ଦମଙ୍କ ଘରୁ ଲୁଟ୍‌ । ଗ୍ରୀଲ୍‌ ତାଡ଼ି ଲୁଟି ନେଲେ ଲକ୍ଷାଧିକ ଟଙ୍କାର ସୁନା ଗହଣା । କେନ୍ଦୁଝର ଜିଲ୍ଲା ତୁରୁମୁଙ୍ଗା ଥାନା ରାଇକଳା ଗାଁର ଦିବଂଗତ ସାମ୍ବାଦିକଙ୍କ ପୈତୃକ ଘରୁ ଲୁଟ୍‌ ହୋଇଛି । ଏନେଇ ଅରିନ୍ଦମଙ୍କ କକା ତୁରୁମୁଙ୍ଗା ଥାନାରେ ଏତଲା ଦେଇଛନ୍ତି। ସୂଚନା ଅନୁସାରେ,  ଦିବଂଗତ ସାମ୍ବାଦିକ ଅରିନ୍ଦମଙ୍କ କକା ଓ ଖୁଡି ଶୋଇଥିବା ବେଳେ ଘର ଝରକାର ଗ୍ରୀଲ ତାଡି ଲୁଟ୍‌ କରିଛନ୍ତି । ଦୁର୍ବୁତ୍ତ ମାନେ ଆଲମୀରା ତାଡି ସୁନା ଚେନ୍, ମୁଦି, ହାର କାନଫୁଲ ସହ ବାହୁଟି ଲୁଟି ନେଇଛନ୍ତି। ଏନେଇ ଅରିନ୍ଦମ୍ ଙ୍କ କକା ଧରଣୀ ଧର ଦାସ ତୁରୁମୁଙ୍ଗା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ଅଭିଯୋଗ ପରେ ତୁରୁମୁଙ୍ଗା ପୋଲିସ ଘଟଣାସ୍ଥଳରେ ପହଁଚି ତଦନ୍ତ ଆରମ୍ଭ କରିଛି ।

Leave A Reply

Your email address will not be published.