ଢେଙ୍କାନାଳ : ଅଧାରୁ ରାସ୍ତା କାମ ଛାଡି ଠିକା ସଂସ୍ଥା ଛୁ, ପ୍ରତିବାଦରେ ୩ ଘଣ୍ଟା ଧରି ରେଳରୋକ କଲେ ସ୍ଥାନୀୟ ଲୋକେ

ଢେଙ୍କାନାଳ, ୦୩/୦୩: ଢେଙ୍କାନାଳ ଦେଇ ଯାଇଥିବା  ୫୫ନମ୍ବର ଜାତୀୟ ରାଜପଥ ସଂପ୍ରସାରଣ କରୁଥିବା ଠିକା ସଂସ୍ଥା ଅଧାରେ କାମ ଛାଡି ଛୁ ମାରିଛି ।  ଏପଟେ ଲୋକେ ହନ୍ତସନ୍ତ ହେଉଛନ୍ତି । ଢେଙ୍କାନାଲ ସହର ଉପକଣ୍ଠରେ  ଧୂଳି ଯୋଗୁଁ ଲୋକେ ଅନାନିଶ୍ୱାସୀ ହେଉଛନ୍ତି ।  ଏପରି ଅବ୍ୟବସ୍ଥାକୁ ବିରୋଧ କରି ସ୍ଥାନୀୟ ଲୋକେ ଅର୍ଥନୈତିକ ଅବରୋଧ କରିବାକୁ ଯାଇ ଶ୍ୟାମଚରଣପୁର ଠାରେ ପୂର୍ବତଟ ରେଳପଥରେ ଯାଉଥିବା ମାଲ ଗାଡି ସବୁ  ଅଟକ ରଖିଥିଲେ । ଲୋକଙ୍କ ଅବରୋଧ କାରଣରୁ ଟ୍ରେନ ଚଳାଚଳ ସମ୍ପୂର୍ଣ୍ଣ ଠପ୍ ହୋଇଯାଇଥିଲା । ଢେଙ୍କାନାଳ ଦେଇ ସମସ୍ତ ଟ୍ରେନ ଚଳାଚଳ ମଧ୍ୟା ବାଧାପ୍ରାପ୍ତ ହୋଇଥିଲା।  ସକାଳ ୭ଟାରୁ ଏହି ଅବରୋଧ କରାଯାଇଥିଲା । ତେବେ ଖବର ପାଇ ପୂର୍ବତଟ ରେଳ ବିଭାଗର ଏଡିଆରଏମ ପହଁଚି ଆନ୍ଦୋଳନକାରୀଙ୍କୁ ବୁଝାସୁଝା କରିଥିଲେ । ପରେ ଆନ୍ଦୋଳନକାରୀଙ୍କ ପକ୍ଷରୁ ଏକ ସ୍ମାରକପତ୍ର ପ୍ରଦାନ କରାଯାଇଥିଲା ।  ରେକ ବିଭାଗ ପକ୍ଷରୁ ଏ ସମ୍ପର୍କରେ ରାଜପଥ କେନ୍ଦ୍ରୀୟ ଉଚ୍ଚ କର୍ତ୍ତୃପକ୍ଷଙ୍କ ଦୃଷ୍ଟି ଆକର୍ଷଣ କରିବାପାଇଁ ଲୋକଙ୍କୁ ପ୍ରତିଶୃତି ଦିଆଯାଇଥିଲା  । ଶେଷରେ ପୂର୍ବାହ୍ନ ୧୦ଟା ପରେ ଆନ୍ଦୋଳନରୁ ହଟିଥିଲେ ସ୍ଥାନୀୟ ଲୋକେ । ଫଳରେ ଦୀର୍ଘ ୩ଘଣ୍ଟା ପରେ ଟ୍ରେନ ଚଳାଚଳ ସ୍ବଭାବିକ ହୋଇଥିଲା ।

Leave A Reply

Your email address will not be published.