ଋଷ-ୟୁକ୍ରେନ ଯୁଦ୍ଧ ଇଫେକ୍ଟ : ପୁଣି ବଢିବ ପେଟ୍ରୋଲ-ଡିଜେଲ୍ ଦର 

ନୂଆଦିଲ୍ଲୀ ୦୩/୦୩: ଆନ୍ତର୍ଜାତୀୟ ଅଶୋଧିତ ତୈଳ ମୂଲ୍ୟ କ୍ରମାଗତ ଭାବେ ବୃଦ୍ଧି ପାଇବାରେ ଲାଗିଛି । ରୁଷ ଉପରେ ୟୁକ୍ରେନର ଯୁଦ୍ଧ ପରେ ଅଶୋଧିତ ତୈଳ ୨୦୧୪ ପରଠାରୁ ପ୍ରଥମ ଥର ପାଇଁ ବ୍ୟାରେଲ ପିଛା ୧୦୦ ଡଲାର ବୃଦ୍ଧି ପାଇଛି । ଅଶୋଧିତ ତୈଳ ବୃଦ୍ଧି ସତ୍ତ୍ୱେ ଅନେକ ଦେଶ ଏହାକୁ ଏଡ଼ାଇବା ପାଇଁ ରଣନୀତିକ ଭଣ୍ଡାରର ଉପାୟ ଅବଲମ୍ବନ କରିଛନ୍ତି । ଏସବୁ ବାଦ ବି ତୈଳ ଦର କମିବାନ ନାଁ ନେଉନି । ବୁଧବାର ଦିନ ବ୍ରେଣ୍ଟ ଅଶୋଧିତ ବିଶ୍ୱ ବଜାରରେ ବ୍ୟାରେଲ ପିଛା ୧୧୦ ଡଲାର ଅତିକ୍ରମ କରିଛି । ଏହି କାରଣରୁ ଖୁବ ଶୀଘ୍ର ଭାରତରେ ଡିଜେଲ ଏବଂ ପେଟ୍ରୋଲର ମୂଲ୍ୟ ବୃଦ୍ଧି କରିବାକୁ ନିଷ୍ପତ୍ତି ନିଆଯାଇଛି । ଯଦି ଆମେ ଏହି ଆକଳନକୁ ଦେଖିବା, ତେବେ ଆଗାମୀ ଦିନରେ ପେଟ୍ରୋଲର ମୂଲ୍ୟ ଲିଟର ପିଛା ୩୦ ରୁ ଅଧିକ ବୃଦ୍ଧି ହେବା ଯଥା ସମ୍ଭବ । ୟୁକ୍ରେନ ସଙ୍କଟ ଯୋଗୁଁ ଅତୀତରେ ଅଶୋଧିତ ତୈଳ ମୂଲ୍ୟରେ ବହୁତ ବୃଦ୍ଧି ଘଟିଛି । ଅଶୋଧିତ ତୈଳ ୦୨ ଡିସେମ୍ବର ୨୦୨୧ରେ ପ୍ରାୟ ୭୦ ଡଲାର ଥିଲା । କିନ୍ତୁ ବର୍ତ୍ତମାନ ଏହା ବ୍ୟାରେଲ ପିଛା ୧୧୦ ଡଲାର ଅତିକ୍ରମ କରିଛି । ଡିସେମ୍ବର ୨ରେ ଡିଜେଲ ଏବଂ ପେଟ୍ରୋଲ ଉପରେ ଭ୍ୟାଟ୍ ହ୍ରାସ କରିଥିଲା ​​ଦିଲ୍ଲୀ ସରକାର । ସେବେଠାରୁ ଦିଲ୍ଲୀରେ ଡିଜେଲ ଏବଂ ପେଟ୍ରୋଲ ମୂଲ୍ୟରେ କୌଣସି ପରିବର୍ତ୍ତନ ହୋଇନାହିଁ । ସେବେଠାରୁ ଦିଲ୍ଲୀରେ ଡିଜେଲ ଏବଂ ପେଟ୍ରୋଲ ମୂଲ୍ୟରେ କୌଣସି ପରିବର୍ତ୍ତନ ହୋଇନାହିଁ । ସେବେଠାରୁ ଅଶୋଧିତ ମୂଲ୍ୟ ୫୭ ପ୍ରତିଶତରୁ ଅଧିକ ମହଙ୍ଗା ହୋଇଛି । ଏହା ପରେ ମଧ୍ୟ ଘରୋଇ ବଜାରରେ ଡିଜେଲ ଏବଂ ପେଟ୍ରୋଲର ମୂଲ୍ୟ ପରିବର୍ତ୍ତନ ହୋଇନାହିଁ ।

Leave A Reply

Your email address will not be published.