ରେଳ ଷ୍ଟେସନ୍‌ରୁ ୩୨ କେଜି ସୁନା ଜବତ ଘଟଣା, ୯୬ ଲକ୍ଷର ଫାଇନ୍‌ କଲା ଜିଏସ୍‌ଟି

ଭୁବନେଶ୍ୱର ୦୩।୦୩ : ଭୁବନେଶ୍ୱର ରେଲୱେ ଷ୍ଟେସନରୁ ୩୨ କେଜି ସୁନା ଜବତ ଘଟଣା I ସୁନାକୁ ଜବତ କଲା ଜିଏସ୍‌ଟି ଓ ଜିଆର୍‌ପି I ଜବତ ସୁନାକୁ ସିଲ କରି ଟ୍ରେଜରୀ ଅଫିସକୁ ହସ୍ତାନ୍ତର କରାଯାଇଛି I ଏହାସହିତ ଜିଏସ୍‌ଟି ଫାଙ୍କିବା ଓ ଟ୍ୟାକ୍ସ ବାବଦରେ ୯୬ ଲକ୍ଷ ଫାଇନ କଲା ଜିଏସ୍‌ଟି I ଅଟକ ୪ଜଣ ଓ ମାଲିକ ସୁନା ବାବଦରେ ସଠିକ ସୂଚନା କିମ୍ବା ସନ୍ତୋଷ ଜନକ ଉତ୍ତର ଦେଇ ପାରିଲେନାହିଁ I ସେହିପରି ସୁନା ବାବଦରେ ସଠିକ ତଥ୍ୟ ଦେବାକୁ ୪ ଜଣ କର୍ମଚାରୀ ଓ ମାଲିକଙ୍କୁ ଜିଏସ୍‌ଟି ସମନ କରିଛି I ଜିଏସ୍‌ଟି ଟିମ୍‌ ହାତରେ ଲାଗିଛି ଓଡ଼ିଶାରେ ଏହି ସୁନା ବ୍ୟବସାୟୀଙ୍କ ନାମ I ଖୁବଶୀଘ୍ର ସୁନା ଦୋକାନରେ ଚଢ଼ାଉ କରିବ ଟିମ I ସୂଚନାଯୋଗ୍ୟ ଯେ, କୋଣାର୍କ ଏକ୍ସପ୍ରେସ୍‌ରେ ସୁନା ଆସୁଥିବା ଜିଆର୍‌ପିକୁ ସୂଚନା ମିଳିଥିଲା । ପୂର୍ବ ସୂଚନା ଆଧାରରେ ଜିଆର୍‌ପି ଚଢାଉ କରିଥିଲା । ଏହି ଚଢାଉରେ ଜିଆର୍‌ପିକୁ ୪ଟି ବ୍ୟାଗ୍‌ରୁ ପାଖାପାଖି ୩୨ କେଜି ସୁନା ଜବତ ହୋଇଥିଲା । ଯାହାର ଦାମ ପ୍ରାୟ ୧୬ କୋଟି ଟଙ୍କା ହେବ ବୋଲି ଅନୁମାନ କରାଯାଉଛି ।

Leave A Reply

Your email address will not be published.