ୟୁକ୍ରେନରେ ଆକ୍ରମଣର ଶିକାର ହେଲେ ଆଉ ଜଣେ ଭାରତୀୟ ଛାତ୍ର

ନୂଆଦିଲ୍ଲୀ ୦୪/୦୩: ଋଷ ଏବଂ ୟୁକ୍ରେନ ମଧ୍ୟରେ ଚାଲିଥିବା ବିବାଦରେ ବଳି ପଡୁଛନ୍ତି ଭାରତୀୟ । ଜଣେ ଭାରତୀୟ ଛାତ୍ରଙ୍କ ମୃତ୍ୟୁ ହେବାର କିଛି ଦିନ ପରେ ୟୁକ୍ରେନର ରାଜଧାନୀ କିଭରେ ଆଉ ଜଣେ ଭାରତୀୟ ଛାତ୍ରଙ୍କୁ ଗୁଳିମାଡ ହୋଇଛି । ଗୁରୁତର ଅବସ୍ଥାରେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟର ରାଜ୍ୟ ମନ୍ତ୍ରୀ ଜେନେରାଲ ଭି.କେ ସିଂ ଗୁରୁବାର ଦିନ ପୋଲାଣ୍ଡର ରେଜୋ ବିମାନବନ୍ଦରରେ ଏହି ସୂଚନା ଦେଇଛନ୍ତି । ଭି.କେ ସିଂ କହିଛନ୍ତି, କିଭର ଜଣେ ଛାତ୍ରଙ୍କୁ ଗୁଳି ଚଳାଇଥିବାର ଖବର ମିଳିଛି । ତାଙ୍କୁ ତୁରନ୍ତ କିଭ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ସେ କହିଛନ୍ତି, “ଭାରତୀୟ ଦୂତାବାସ ଅଗ୍ରାଧିକାର ଭିତ୍ତିରେ ଏହା ସ୍ପଷ୍ଟ କରିସାରିଛି ଯେ ସମସ୍ତେ କିଭ ଛାଡିବା ଉଚିତ୍ । ଯୁଦ୍ଧ ହେଲେ ଗୁଳି ବିନିମୟ କାହାର ଧର୍ମ ଏବଂ ଜାତୀୟତାକୁ ଦେଖେ ନାହିଁ।

Leave A Reply

Your email address will not be published.