କପିଳାସ କାଇମାଟିରେ ଦୁର୍ଘଟଣା

ଢେଙ୍କାନାଳ ୦୪/୦୩: କପିଳାସ ରାସ୍ତାର କାଇମାଟି ନିକଟରେ ଘଟିଛି ମର୍ମନ୍ତୁଦ ସଡକ ଦୁର୍ଘଟଣା। ଅଜଣା ଗାଡି ଧକ୍କାରେ ଏକ ବାଇକ ରାସ୍ତା ପାର୍ଶ୍ଵ ପୋଲ ତଳକୁ ଖସି ପଡିଛି । ଫଳରେ ପୋଲ ତଳେ ପାଣିରେ ପଡି ଦୁଇ ବାଇକ ଆରୋହୀଙ୍କ ମୃତ୍ୟୁ ହୋଇଛି । ମୃତକ ଦୁଇଜଣ ସଦର ଥାନା ଅନ୍ତର୍ଗତ ସାରିଆପଡା ଗ୍ରାମର ସତ୍ୟରଞ୍ଜନ ଦଳେଇ ଓ ବିକାଶ ନାଏକ ବୋଲି ଜଣାପଡିଛି । ଉଭୟ ଯୁବକ ଭୁବନ ଯାଇ ଗତ ରାତିରେ ଘରକୁ ଫେରୁଥିଲେ ବୋଲି ଜଣାପଡିଛି । ଗତ ରାତିର ବିଳମ୍ବିତ ପ୍ରହରରେ ଏହି ଦୁର୍ଘଟଣା ଘଟିଥିବା ଅନୁମାନ କରାଯାଇଛି । ତେବେ ଆଜି ସକାଳେ ସ୍ଥାନୀୟ ଲୋକ ଦେଖି ପୁଲିସ କୁ ଖବର ଦେଇଥିଲେ । ସଦର ଥାନା ପୁଲିସ ପହଂଚି ମୃତଦେହ ଓ ବାଇକ ଉଦ୍ଧାର କ୍ଷରି ତଦନ୍ତ ଜାରି ରଖିଛି ।

Leave A Reply

Your email address will not be published.