ରାସ୍ତା କାମରେ ନିୟୋଜିତ ଜେସିବି ସହ ଜଳିଗଲା ଟ୍ରାକ୍ଟର

ଭଦ୍ରକ ୦୪/୦୩: ରାସ୍ତା କାମରେ ନିୟୋଜିତ ଟ୍ରାକ୍ଟର ଓ ଜେସିବି ଜଳିଗଲା । ତେବେ ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ଥିବା ବେଳେ କେହି ଦୁର୍ବୃତ୍ତ ନିଆଁ ଲଗାଇଥିବା ସନ୍ଦେହ କରାଯାଉଛି । ସୂଚନାଯୋଗ୍ୟ ଯେ ଭଦ୍ରକ ଜିଲ୍ଲା ବନ୍ତ ଥାନା ଓଡ଼ଙ୍ଗଠାରେ ଏମିତି ଘଟଣା ସାମ୍ନାକୁ ଆସିଛି । ଓଡ଼ଙ୍ଗ ପଞ୍ଚାୟତର ସାବିତ୍ରୀଆଡ଼ି ଠାରେ ଜାମବଣି ଠାରୁ ସରମରା ପର୍ଯ୍ୟନ୍ତ ରାସ୍ତା କାମ ଚାଲିଛି । କାମ କରୁଥିବା ଲେବର ମାନେ କ୍ୟାମ୍ପ କରି ରହିବା ସହ ସ୍ଥାନୀୟ ଅଞ୍ଚଳରେ ଗାଡି ଗୁଡିକ ରଖିଥିଲେ । ବିଳମ୍ବିତ ରାତିରେ ନିଆଁ ଲାଗିଥିବା ଜାଣିବା ପାଇଁ ପାଇଥିଲେ । ଅଗ୍ନିକାଣ୍ଡ ରେ ଗୋଟିଏ ଜେସିବି ସମ୍ପୂର୍ଣ ଜଳିଯାଇଥିବା ବେଳେ ଦୁଇ ଗୋଟି ଟ୍ରାକ୍ଟର ଆଂଶିକ ଭାବେ ଜଳିଯାଇଛି । ତେବେ ଜେସିବି ଓ ଟ୍ରାକ୍ଟରରେ କେହି ଅଜଣା ଦୁର୍ବୁର୍ତ୍ତ ନିଆଁ ଲଗାଇଦେଇଥିବା ସନ୍ଦେହ କରାଯାଉଛି । ଅଗ୍ନିକାଣ୍ଡ ପରେ ଅଗ୍ନିଶମ ବାହିନୀ ନିଆଁ କୁ ଆୟତ୍ତ କରିଛି ।

Leave A Reply

Your email address will not be published.