କୋହଲିଙ୍କୁ ଗାର୍ଡ ଅଫ୍‌ ଅନର୍‌ ଦେଲା ଟିମ୍‌ ଇଣ୍ଡିଆ

ନୂଆଦିଲ୍ଲୀ ୦୫/୦୩: ଟିମ୍‌ ଇଣ୍ଡିଆର ପୂର୍ବତନ ଅଧିନାୟକ ବିରାଟ କୋହଲିଙ୍କ ପାଇଁ ମୋହାଲି ଟେଷ୍ଟ ଖାସ୍‌ ମ୍ୟାଚ୍‌ । କାରଣ କୋହଲିଙ୍କ କ୍ୟାରିୟରର ଏହା ୧୦୦ତମ ଟେଷ୍ଟ ମ୍ୟାଚ୍‌ । ଏହାକୁ ଖାସ୍‌ କରିବାକୁ ଟିମ୍‌ ଇଣ୍ଡିଆ ପକ୍ଷରୁ ସ୍ବତନ୍ତ୍ର ଆୟୋଜନ କରାଯାଇଥିଲା । ପ୍ରଥମ ଇନିଂସ ୫୭୪ ରନରେ ସମାପ୍ତ ହେବା ପରେ ଫିଲ୍ଡିଂ ପାଇଁ ଓଲ୍ହାଇଥିଲା ଟିମ୍‌ ଇଣ୍ଡିଆ । ପ୍ରଥମ ଇନିଂସ ବୋଲିଂ ପାଇଁ ପଡିଆ ମଧ୍ୟକୁ ପ୍ରବେଶ କରୁଥିବା ବେଳେ ଟିମ୍‌ ଇଣ୍ଡିଆ ପକ୍ଷରୁ କୋହଲିଙ୍କୁ ଗାର୍ଡ ଅଫ୍‌ ଅନର୍‌ ଦିଆଯାଇଥିଲା । ଦଳର ସଦସ୍ୟମାନେ ସାମ୍ନା-ସାମ୍ନୀ ଛିଡା ହୋଇ ବିରାଟଙ୍କୁ ଗାର୍ଡ ଅଫ୍‌ ଅନର୍‌ ଦେଇଥିଲେ । କୋହଲି ମଧ୍ୟ ଖେଳାଳିଙ୍କ ମଝିରେ ଯାଇଥିଲେ ଏବଂ ଧନ୍ୟବାଦ ଜଣାଇଥି​‌ଲେ । ମୈଦାନରେ ବସିଥିବା ଦର୍ଶକମାନେ ମଧ୍ୟ ବେଶ ଉତ୍ସାହିତ ହୋଇଯାଇଥିଲେ । ସୂଚନାଯୋଗ୍ୟ, ଖେଳ ଆରମ୍ଭରୁ ମଧ୍ୟ ଦଳର ମୁଖ୍ୟ କୋଚ୍‌ ରାହୁଲ ଦ୍ରାବିଡ କୋହଲିଙ୍କୁ ସମ୍ମାନିତ କରିଥିଲେ । ଏକ ସ୍ପେସାଲ କ୍ୟାପ୍‌ ଦେଇଥିଲେ ଦ୍ରାବିଡ୍ । ଯେଉଁଥିରେ ତାଙ୍କର ନାଁ ଏବଂ ଟେଷ୍ଟ ନମ୍ବର ଲେଖାଥିଲା । ପତ୍ନୀ ଅନୁଷ୍କା ଶର୍ମା ମଧ୍ୟ ସେଠାରେ ଉପସ୍ଥିତ ଥିଲେ । ପ୍ରଥମ ଇନିଂସରେ ଭାରତ ୫୭୪ ରନରେ ଅଲଆଉଟ ହୋଇଯାଇଥିଲା। ସେଥିମଧ୍ୟରୁ କୋହଲି ୪୫ ରନ କରିଥିଲେ । ଏହା ସହିତ ସେ ଟେଷ୍ଟ କ୍ରିକେଟରେ ୮ହଜାର ରନ୍‌ ମଧ୍ୟ ପୁରଣ କରିଥିଲେ ।

Leave A Reply

Your email address will not be published.