କପିଲ୍ ଦେବଙ୍କ ରେକର୍ଡ ଭାଙ୍ଗିଲେ ଜାଡ଼େଜା

ମୋହାଲି ୦୫।୦୩: ଭାରତୀୟ ଦଳର ଷ୍ଟାର ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା ମୋହାଲି ଟେଷ୍ଟରେ ଶ୍ରୀଲଙ୍କା ବିପକ୍ଷରେ ଦମଦାର ବ୍ୟାଟିଂ କରି ବଡ ରେକର୍ଡ ସୃଷ୍ଟି କରିଛନ୍ତି। ଭାରତ ପାଇଁ ନମ୍ବର ସାତ କିମ୍ବା ସେଥିରୁ ନିମ୍ନ କ୍ରମରେ ବ୍ୟାଟିଂ କରି ସର୍ବାଧିକ ରନ କରିବାର ରେକର୍ଡ ନିଜ ନାମରେ କରିଛନ୍ତି ଜାଡେଜା। ଏହି ମାମଲାରେ ସେ ପୂର୍ବତନ ଅଧିନାୟକ ତଥା ମହାନ ଅଲରାଉଣ୍ଡର କପିଲ୍ ଦେବଙ୍କ ରେକର୍ଡ ଭାଙ୍ଗିଛନ୍ତି। ଶ୍ରୀଲଙ୍କା ବିପକ୍ଷ ମୋହାଲି ଟେଷ୍ଟର ପ୍ରଥମ ଇନିଂସରେ ୧୬୪ ରନ କରିବା ମାତ୍ରେ ଭାରତ ପାଇଁ ଟେଷ୍ଟ କ୍ରିକେଟ୍‌ରେ ନମ୍ବର ସାତରେ ବ୍ୟାଟିଂ କରି ସବୁଠୁ ବଡ ଇନିଂସ ଖେଳିବାର ଖେଳାଳି ହୋଇଛନ୍ତି। ତାଙ୍କ ପୂର୍ବରୁ ନମ୍ବର ସାତରେ ବ୍ୟାଟିଂ କରି କପିଲ୍ ଦେବ ୧୬୩ ରନର ଇନିଂସ ଖେଳିଥିଲେ। ବାମହାତୀ ବ୍ୟାଟସମ୍ୟାନ ଜାଡେଜାଙ୍କ ଅନ୍ତର୍ଜାତୀୟ କ୍ୟାରିୟରରେ ସବୁଠୁ ବଡ଼ ଇନିଂସ ଥିବା ବେଳେ ଟେଷ୍ଟ କ୍ରିକେଟରେ ଦ୍ଵିତୀୟ ଶତକ। ଭାରତୀୟ ଅଧିନାୟକ ରୋହିତ ଶର୍ମା ୫୭୪/୮ରେ ପ୍ରଥମ ଇନିଂସ ଘୋଷଣା କରିଥିଲେ। ଫଳରେ ଜାଡେଜା ୨୨୮ ବଲ୍‌ରୁ ୧୭ ଚୌକା ଓ ୩ ଛକା ସହ ୧୭୫ ରନ କରି ଅପରାଜିତ ଥିଲେ। ଏହି ଇନିଂସରେ ତାଙ୍କର ଷ୍ଟ୍ରାଇକ୍ ରେଟ୍ ୭୬.୭୫ ଥିଲା।  ଏହା ପୂର୍ବରୁ ଋଷଭ ପନ୍ତ, ପୁଣି ଅଶ୍ଵିନ ଏବଂ ପରେ ଶାମିଙ୍କ ସହ ୧୦୦ରୁ ଅଧିକ ରନର ଭାଗିଦାରୀ କରି ଭାରତକୁ ବିଶାଳ ସ୍କୋରରେ ପହଞ୍ଚାଇଥିଲେ।

Leave A Reply

Your email address will not be published.