ଜନ୍ମମାଟିକୁ ଫେରିଲେ ୟୁକ୍ରେନରେ ଫସିରହିଥିବା ଓଡ଼ିଆ ଡାକ୍ତରୀ ଛାତ୍ର

ଢେଙ୍କାନାଳ ୦୫/୦୩: ୟୁକ୍ରେନ ଉପରେ ଋଷର ଆକ୍ରମଣ ଇତି ମଧ୍ୟରେ ୧୦ ଦିନରେ ପହଞ୍ଚିଛି । ଫଳରେ ୟୁକ୍ରେନକୁ ଡାକ୍ତରୀ ଛାତ୍ର ପଢିବାକୁ ଯାଇଥିବା ପ୍ରାୟ ୧୫ହଜାରରୁ ଅଧିକ ଭାରତୀୟ ଛାତ୍ରଛାତ୍ରୀଙ୍କ ପରିବାରରେ ଏବେ ଭୟର କମ୍ପନ ସୃଷ୍ଟି କରିଛି । ନାନା ଭୟ ଓ ଆଶଙ୍କା ମଧ୍ୟରେ ଏହି ପରିବାର ଗୁଡିକ ସନ୍ତୁଳି ହେଉଛନ୍ତି । ଏରିସ୍ଥଳେ ଭାରତ ସରକାରଙ୍କର ଅପରେସନ ଗଙ୍ଗା ଏହି ପରିବାର ଗୁଡିକରେ ଆଶା ସଂଚାର କରିଛି । ଏସବୁ ମଧ୍ୟରେ କିଛି ଛାତ୍ର ଏବେ ମଧ୍ୟ ୟୁକ୍ରେନରେ ଫସି ରହିଥିବା ବେଳେ ସେମାନଙ୍କ ମଧ୍ୟରେ ଅନେକ ଓଡ଼ିଆ ଛାତ୍ର ଛାତ୍ରୀ ମଧ୍ୟ ରହିଛନ୍ତି । ସୂଚନା ମୁତାବକ ୟୁକ୍ରେନରେ ଡାକ୍ତରୀ ପଢୁଥିବା ଢେଙ୍କାନାଳ ଜିଲ୍ଲାର ୮ ଜଣ ଡାକ୍ତରୀ ଛାତ୍ର ଛାତ୍ରୀଙ୍କ ମଧ୍ୟରୁ ୩ ଜଣ ପୂର୍ବରୁ ତାଙ୍କର ଜନ୍ମମାଟି ଢେଙ୍କାନାଳକୁ ଫେରି ସାରିଛନ୍ତି । ଅନ୍ୟମାନଙ୍କ ମଧ୍ୟରୁ ଢେଙ୍କାନାଳ ଗୁଡ଼ିଆନାଲିର ଲୋପାମୁଦ୍ରା ବେହେରା ଓ ଗୋବିନ୍ଦପୁର ସୁପ୍ରୀତ ସ୍ୱାଇଁ ବିଳମ୍ବିତ ରାତିରେ ତାଙ୍କର ଜନ୍ମମାଟି ଢେଙ୍କାନାଳର ଗୋବିନ୍ଦପୁରରେ ପହଂଚିଥିଲେ ।

Leave A Reply

Your email address will not be published.