ଚାନ୍ଦବାଲିରେ ହନୁମାନ ମହାଯଜ୍ଞ ଅନୁଷ୍ଠିତ

ଚାନ୍ଦବାଲି : ଚାନ୍ଦବାଲି ବ୍ଲକ ନିଶ୍ଚନ୍ତା ଗ୍ରାମରେ ହନୁମାନ ମହାଯଜ୍ଞ ଅନୁଷ୍ଠିତ ହୋଇଛି। ତିନି ଦିନ ଧରି ଏଠାରେ ପୂଜାପାଠ ଯଜ୍ଞ ଅନୁଷ୍ଠିତ ହୋଇଛି। ପ୍ରଥମ ଦିନରେ ୧୦୮ମହିଳା କଳସ ଧରି ପୋଖରୀରୁ ପାଣି ଉଠାଇ କଳସ ସ୍ଥାପନ କରିଥିଲେ। ଦ୍ୱିତୀୟ ଦିନରେ ହନୁମାନ ଚାଳିଶା ପାଠ ସହିତ ମହାଆଡ଼ମ୍ବରରେ ହନୁମାନ ଠାକୁର ଗାଁଗାଁ ବୁଲୁଥିବାର ଚିତ୍ର ମଧ୍ୟ ଦେଖିବାକୁ ମିଳିଛି। ଶନିବାର ଯଜ୍ଞର ପୂର୍ଣ୍ଣାହୁତି ଦିଆଯାଇଛି। ଦୁର ଦୁରାନ୍ତରୁ ଶହଶହ ଭକ୍ତମାନେ ଆସି ଏହି ପୂର୍ଣ୍ଣାହୁତି ଦିବସରେ ଯୋଗ ଦାନ କରି ବଜରଙ୍ଗବାଲିଙ୍କ ଆଶିଷ ଭିକ୍ଷା କରିଛନ୍ତି।ଏଠାରେ ଆଧ୍ୟାତ୍ମିକ ପରିବେଶ ଦେଖିବାକୁ ମିଳିଛି ।

Leave A Reply

Your email address will not be published.