ଶୁଭମୁକ୍ତି ହେଲା ବହୁ ପ୍ରତୀକ୍ଷିତ ଓଡିଆ ଚଳଚ୍ଚିତ୍ର “ମନ ମୋର କାଗଜ ଗୁଡ଼ି”

ଭୁବନେଶ୍ଵର : ସୁମିତ୍ରା ଏଣ୍ଟରଟେନ୍‌ମେଣ୍ଟ ବ୍ୟାନରରେ ନିର୍ମିତ ନୂଆ ଚଳଚ୍ଚିତ୍ର ‘ମନ ମୋର କାଗଜ ଗୁଡ଼ି’ ଆଜି ସାରା ଭାରତରେ ମୁକ୍ତିଲାଭ କରିଛି।କଟକର ବୃନ୍ଦାବନ ପ୍ରେକ୍ଷାଳୟରେ ବେଶ୍ ଧୁମ୍ ଧାମରେ ଚଳଚ୍ଚିତ୍ରର ପ୍ରିମିୟମ ସହ ଅନୁଷ୍ଠିତ ହୋଇଥିଲା। ପ୍ରିମିୟମ ସୋ ରେ ଚଳଚ୍ଚିତ୍ର ର ଅଭିନେତା ରାକେଶ, ଅଭିନେତ୍ରୀ ଭୂମିକା ସହ ମମତା ଦାଶ , କଣ୍ଠଶିଳ୍ପୀ ଋତୁରାଜ, କୁମାର ବାପି ପ୍ରମୁଖ ଉପସ୍ଥିତ ଥିଲେ। ପ୍ରଯୋଜକ  ଶିବିର କୁମାର ପରିଡ଼ା ଓ ବିବେକାନନ୍ଦ ବାରିକଙ୍କ ପ୍ରଯୋଜିତ ଏଇ ଚଳଚ୍ଚିତ୍ରର ନିର୍ଦ୍ଦେଶନା ଦେଇଛନ୍ତି ଦେବଜ୍ୟୋତି ପାତ୍ର। କାହାଣୀ ପରିକଳ୍ପନା ଦିବ୍ୟସିଂହ ରାୟ କରିଥିବା ବେଳେ ସଂଳାପ ରଚନା କରିଛନ୍ତି ମାନସ ପଡିହାରୀ।

Leave A Reply

Your email address will not be published.