ଯବାନଙ୍କ ବିୟୋଗରେ ଗାଁ ମାଟିରେ ଶୋକାକୁଳ ପରିବେଶ

ଭଞ୍ଜନଗର ୦୭/୦୩ : ଭଞ୍ଜନଗର ତାରସିଂ ଥାନା ଅନ୍ତର୍ଗତ ଗାଲେରୀ ଗ୍ରାମର ବିଏସଏଫ ଯବାନଙ୍କ ଶହୀଦ ଖବରକୁ ନେଇ ସାରା ଅଞ୍ଚଳରେ ଶୋକର ଛାୟା । ଶହୀଦ ହୋଇଥିବା ଯବାନ ଜଣଙ୍କ ଗାଲେରୀ ଗ୍ରାମର ରବୀନ୍ଦ୍ର ନାଥ ସାହୁ । ସେ ୧୯୯୪ ସସିହାରୁ ବିଏସଏଫରେ ଯୋଗଦାନ କରିଥିଲେ । ବର୍ତ୍ତମାନ ତ୍ରିପୁରାରେ ଚାକିରୀ କରୁଥିଲେ । ତେବେ ନିର୍ବାଚନ କାର୍ଯ୍ୟରେ ଗତ ଫେରୁଆରୀ ମାସ ପ୍ରଥମ ସପ୍ତାହରେ ମଣିପୁର ଯାଇଥିଲେ । ଗତକାଲି ହଠାତ ତ୍ରିପୁରା ବିଏସଏଫ ଅଫିସ ରୁ ଫୋନ ଯୋଗେ ପରିବାର ଲୋକଙ୍କୁ ରବୀନ୍ଦ୍ରଙ୍କ ଶହୀଦ ଖବର ଜଣାଇ ଦିଆଗଲା । ଖବର ପାଇବା ପରେ ନିଜ ଗ୍ରାମରେ ପରିବାର ଲୋକ ପହଂଚି ମୃତଦେହକୁ ଅପେକ୍ଷା କରିଛନ୍ତି l କିନ୍ତୁ କେଉଁ କାରଣରୁ ରବୀନ୍ଦ୍ରଙ୍କ ମୃତ୍ୟୁ ହୋଇଛି ତାହା ଜଣା ଯାଇନାହିଁ । ତେବେ ଯବାନଙ୍କୁ ଗାର୍ଡଅଫ ଅନର ଦିଆଯିବ ବୋଲି ଜଣାପଡିଛି ।

Leave A Reply

Your email address will not be published.