ଅନୁପମ୍‌ ଖେର୍‌ @୬୭

ନୂଆଦିଲ୍ଲୀ ୦୭।୦୩ : ବଲିଉଡର ଭେଟେରାନ ଅଭିନେତା ଅନୁପମ ଖେର । ଆଜି ସେ ତାଙ୍କର ୬୭ ତମ ଜନ୍ମଦିନ ପାଳନ କରୁଛନ୍ତି । ତାଙ୍କ ଜନ୍ମଦିନ ଅବସରରେ ଅନୁପମ ଖେର ଏକ ଲମ୍ବା ପୋଷ୍ଟ ସେୟାର କରି ତାଙ୍କର ଟ୍ରାନ୍ସଫର୍‌ମେସନ୍‌ ଲୁକ୍‌ ଦେଖାଇଛନ୍ତି । ଅନୁପମଙ୍କ ଜବରଦସ୍ତ ଟ୍ରାନ୍ସଫର୍‌ମେସନ୍‌ ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି। ଏହା ସହ ନିଜକୁ ଜନ୍ମ ଦିନର ଶୁଭେଚ୍ଛା ମଧ୍ୟ ଜଣାଇଛନ୍ତି । ଏହାକୁ ନେଇ ସେ କହିଛନ୍ତି କି ସେ ବହୁ ପୂର୍ବରୁ ଏହି ଟ୍ରାନ୍ସଫର୍‌ମେସନର ପ୍ରକ୍ରିୟା ଆରମ୍ଭ କରିଥିଲେ ଏବଂ ଧୀରେ ଧୀରେ ଏହାକୁ ନେଇ କାମ କରି ନିଜ ଭିତରେ ପରିବର୍ତ୍ତନ ଆଣିବାକୁ ଚେଷ୍ଟା କରିଥିଲି । ଅନୁପମ ଖେରଙ୍କ ଏହି ଷ୍ଟାଇଲ୍‌ ଦେଖି ତାଙ୍କ ଫ୍ୟାନ୍ସମାନେ ତାଙ୍କୁ ପ୍ରଶଂସା କରିବାରେ ଲାଗି ପଡିଛନ୍ତି ।

Leave A Reply

Your email address will not be published.