ସେଲ୍‌ଫି ନେଇଗଲା ଜୀବନ

ସୁନ୍ଦରଗଡ଼ ୦୭।୦୩: ଭୋଜି କରିବାକୁ ଆସିଥିବା ବେଳେ ଘଟିଲା ଅଘଟଣ । ସେଲ୍ଫି ନେଲା ଜୀବନ। ସୁନ୍ଦରଗଡ଼ ବାଲିଶଙ୍କରା କନାକୁଣ୍ଡ ପିକନିକ୍ ସ୍ପଟରେ ସେଲ୍ଫି ନେବା ବେଳେ ଯୁବକଙ୍କ ଚାଲିଗଲା ଜୀବନ। ଖବର ଅନୁଯାୟୀ, ଯୁବକ ଜଣଙ୍କ ପଥର ଉପରୁ ସେଲ୍ଫି ନେଲା ବେଳେ ଇବ୍ ନଦୀକୁ ଖସି ପଡିଥିଲେ। ଏହାପରେ ତୁରନ୍ତ  ଅଗ୍ନିଶମ ବାହିନୀକୁ ଖବର ଦିଆଯାଇଥିଲା । ଅଗ୍ନିଶମ ବାହିନୀ ୩ ଘଣ୍ଟା ଧରି ଖୋଜାଖୋଜି କରିବା ପରେ ଯୁବକଙ୍କ ମୃତଦେହ ଉଦ୍ଧାର କରିଛି। ଯୁବକ ଜଣକ ରାଉରକେଲାରୁ ନିଜ ସାଙ୍ଗମାନଙ୍କ ସହ ବଣଭୋଜି କରିବାକୁ ଆସିଥିବା ସୂଚନା ମିଳିଛି।

Leave A Reply

Your email address will not be published.