ମୁକ୍ତାକାଶ ରଙ୍ଗମଞ୍ଚରେ ଶାସ୍ତ୍ରୀୟ ବାଦ୍ୟ ଓ ସଂଗୀତ ଆସର ଅନୁଷ୍ଠିତ

ପୁରୀ ୦୮।୦୩ : ସାଂସ୍କୃତିକ ଅନୁଷ୍ଠାନ କଳା ଇଣ୍ଡିଆ ଆନୁକୁଲ୍ୟରେ ପୁରୀ ନିଳାଦ୍ରୀ ବିଚ୍ ମୁକ୍ତାକାଶ ରଙ୍ଗମଞ୍ଚରେ ଶାସ୍ତ୍ରୀୟ ବାଦ୍ୟ ଓ ସଂଗୀତ ଆସର ଅନୁଷ୍ଠିତ ହୋଇଛି। କୋଲକାତାର ବିଶିଷ୍ଟ ତବଲାବାଦକ ଦୀପକ୍ ଚକ୍ରବର୍ତ୍ତୀ ଓ ରାମଲାଲ ମିଶ୍ରଙ୍କ ସାରଙ୍ଗୀ ବାଦ୍ୟରେ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା। ସେହିପରି କୋଲକାତାର ସିଦ୍ଧାର୍ଥ ଶଙ୍କର ହିନ୍ଦୁସ୍ଥାନୀ ସଂଗୀତ ପରିବେଷଣ କରିଥିଲେ। ଯୁଗଳବନ୍ଦୀ କାର୍ଯ୍ୟକ୍ରମରେ ସତ୍ୟବାନ୍ ସେଠୀ ସୀତାର ଓ ଲିଙ୍ଗରାଜ ଦାଶ ତବଲାରେ ନିଜ କଳା ପରିବେଷଣ କରିଥିଲେ। ଓଡ଼ିଶାର ସୁନାମଧନ୍ୟ କଣ୍ଠଶିଳ୍ପୀ ଟି. ସୌରିଙ୍କ ଗୋଟିଏ ପରେ ଗୋଟିଏ ସୁମଧୁର ସଂଗୀତ ଉପସ୍ଥିତ ପର୍ଯ୍ୟଟକ, ଦର୍ଶକ ଓ କଳାପ୍ରେମୀଙ୍କୁ ବେଶ୍ ବିମୋହିତ କରିଥିଲା। ସାମାଜିକ କର୍ମୀ ଯୁଗବ୍ରତ କର ପ୍ରଦୀପ ପ୍ରଜ୍ଜଳନ କରି ଏହି କାର୍ଯ୍ୟକ୍ରମକୁ ଉଦଘାଟନ କରିବା ସହ କଳାକାରମାନଙ୍କୁ ସମ୍ବର୍ଦ୍ଧିତ କରିଥିଲେ। ଅନୁଷ୍ଠାନର ସଭାପତି ସାଇରାମ ଜେନାଙ୍କ ସଭାପତିତ୍ବରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। 

Leave A Reply

Your email address will not be published.