ଆରସିବିକୁ ଫେରିବେ ଡିଭିଲର୍ସ

ନୂଆଦିଲ୍ଲୀ,୦୮/୦୩:  ଆଇପିଏଲ ପୂର୍ବରୁ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଏକ ବଡ ଘୋଷଣା କରିବାକୁ ଯାଉଛି । ଦଳ ଆସନ୍ତା ୧୨ ତାରିଖରେ ନିଜର ନୂଆ ଅଧିନାୟକଙ୍କ ନାଁ ଘୋଷଣା କରିବ ।  ବିରାଟ କୋହଲି ୨୦୨୧ରେ ଦଳର ନେତୃତ୍ୱ ଭାର ଛାଡିବା ପରେ ଅଧିନାୟକ ପଦ ଖାଲି ରହିଛି । ଏହାମଧ୍ୟରେ ସୂଚନା ମିଳିଛି ଯେ, ଆଫ୍ରିକୀୟ ଖେଳାଳି ଏବି ଡିଭିଲର୍ସ ଚଳିତ ସିଜିନରେ ଦଳର ମେଣ୍ଟର ଭୂମିକା ନିଭାଇବେ । ତେବେ ଏନେଇ ଆରସିବି କର୍ତୃପକ୍ଷ କୌଣସି ଘୋଷଣା କରିନାହାଁନ୍ତି । ଡିଭିଲର୍ସ ଚଳିତ ବର୍ଷ କ୍ରିକେଟକୁ ବାଏବାଏ କରିଥିଲେ । କିନ୍ତୁ ସେ କୌଣସି ନା କୌଣସି ପ୍ରକାରେ ଆରସିବି ସହ ଯୋଡି ହୋଇ ରହିବେ । ଆରସିବି ନିଜର ଟ୍ୱିଟର ପେଜରେ ଅନେକ ଫଟୋ ସେୟାର କରିଛି । ଯେଉଁଥିରେ ମାର୍ଚ୍ଚ ୧୨ରେ ବଡ ଘୋଷଣା ବାବଦରେ ଉଲ୍ଲେଖ କରାଯାଇଛି । ଫାପ୍ ଡୁପ୍ଲେସିସଙ୍କୁ ଆରସିବି ଅଧିନାୟକ କରିପାରେ ବୋଲି ଅନୁମାନ କରାଯାଉଛି । ଆଇପିଏଲରେ ଯଦି ଡୁ ପ୍ଲେସିସଙ୍କ ରେକର୍ଡ ଦେଖାଯାଏ ତେବେ ସେ ଅଧିକ ସମୟ ସିଏସକେ ସହ ବିତାଇଛନ୍ତି । ସେ ମୋଟ ୧୦୦ଟି ମ୍ୟାଚ୍ ଖେଳିଛନ୍ତି । ସେ ୨୯୩୫ ରନ୍ କରିଥିବା ବେଳେ ୨୨ଟି ଅର୍ଦ୍ଧଶତକ ଲଗାଇଛନ୍ତି ।

Leave A Reply

Your email address will not be published.