ଅନ୍ତର୍ଜାତୀୟ ମହିଳା ଦିବସରେ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ଵର ୦୮।୦୩ : ମାର୍ଚ ୮ ଅନ୍ତର୍ଜାତୀୟ ମହିଳା ଦିବସ। ଏହି ଅବସରରେ ଟ୍ଵିଟ୍ କରି ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ମୁଖ୍ୟମନ୍ତ୍ରୀ ତାଙ୍କ ଟ୍ଵିଟ୍‌ରେ ଲେଖିଛନ୍ତି ଯେ, ନାରୀ ସଶକ୍ତିକରଣ ପାଇଁ ଓଡ଼ିଶା ସବୁବେଳେ ପଦକ୍ଷେପ ନେଇଛି। ବିଭିନ୍ନ କ୍ଷେତ୍ରରେ ମହିଳାଙ୍କ ଅବଦାନକୁ ମୁଖ୍ୟମନ୍ତ୍ରୀ ପ୍ରଶଂସା କରିଛନ୍ତି। ଏହା ସହ ମହିଳାଙ୍କ ନେତୃତ୍ଵକୁ ସମ୍ମାନ ଦେବା ପାଇଁ ଆହ୍ଵାନ କରିଛନ୍ତି। ସୂଚନାଯୋଗ୍ୟ ଯେ,  ୧୯୭୫ରୁ ପ୍ରତି ବର୍ଷ ମାର୍ଚ୍ଚ ୮ତାରିଖରେ ଜାତିସଂଘ ଆନୁକୂଲ୍ୟରେ ପାଳନ କରାଯାଉଛି ଅନ୍ତର୍ଜାତୀୟ ମହିଳା ଦିବସ । ମହିଳାଙ୍କୁ ସମ୍ମାନ, ଲିଙ୍ଗଗତ ବୈଷମ୍ୟ ଦୂରୀକରଣ ତଥା ସେମାନଙ୍କ ରାଜନୀତିକ, ସାମାଜିକ ଏବଂ ଆର୍ଥିକ ବିକାଶ ପ୍ରତି ସ୍ବତନ୍ତ୍ର ଧ୍ୟାନ ଦେବା ଏହି ଦିବସ ପାଳନର ମୁଖ୍ୟ ଲକ୍ଷ୍ୟ । ବାଇଗଣୀ ରିବନ ଅନ୍ତର୍ଜାତୀୟ ମହିଳା ଦିବସର ପ୍ରତୀକ । ଏବର୍ଷର ଜାତିସଂଘର ବାର୍ତ୍ତା ରହିଛି – ସମାନ ଭାବନ୍ତୁ, ସ୍ମାର୍ଟ ବନାନ୍ତୁ, ପରିବର୍ତ୍ତନ ପାଇଁ ନୂଆ କିଛି କରନ୍ତୁ । ଭାରତରେ ଚଳିତ ବର୍ଷ ମହିଳା ଦିବସର ଥିମ୍ ରହିଛି ।  

Leave A Reply

Your email address will not be published.