ବାବୁଙ୍କ ମୁହଁ ଟାଣ, ରେଡ୍‌ କରିବାକୁ ଗଲେ ଦେଖାଉଛନ୍ତି ନାଲି ଆଖି

ବ୍ରହ୍ମପୁର ୦୯।୦୩ : କୁବେର ବାବୁ । ଘରୁ ମିଳୁଛି ପୁଳା ପୁଳା ଟଙ୍କା । ଏକଥରକେ ଭିଜିଲାନ୍ସ ଚଢାଉରେ ଘରୁ ମିଳିଛି ୧୬ ଲକ୍ଷରୁ ଅଧିକ ଟଙ୍କା । ଏବେ ଯାଏଁ ଦେଇପାରୁନାହାନ୍ତି ଜବତ ଟଙ୍କାର ହିସାବ । କୁଆଡୁ ଆଣିଲେ ଏତେ ଟଙ୍କା, ଆଉ କେମିତି ଜାଣିପାରୁନଥିଲେ ଭିଜିଲାନ୍ସ । ଖବର ଅନୁଯାୟୀ, ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ନିର୍ବାହୀ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ରେଡ୍‌ କରିଥିଲା । ତେବେ ଆଜିର ଏହି ଚଢାଉ ସମୟରେ ନିର୍ବାହୀ ଯନ୍ତ୍ରୀ ଭିଜିଲାନ୍ସକୁ ଅସହଯୋଗ କରିଥିବାର ଅଭିଯୋଗ ଆସିଛି । ଜଗନ୍ନାଥ ସେଠୀ ଓ ତାଙ୍କ ପୁଅ ଭିଜିଲାନ୍ସଙ୍କୁ ଅସହଯୋଗ କରିଥିବାର ଅଭିଯୋଗ ଆସିଛି । ସର୍ଚ୍ଚ ଓ୍ୱାରେଣ୍ଟ ସତ୍ତ୍ୱେ ବି ଘର ଭିତରକୁ ଭିଜିଲାନ୍ସ ଟିମ୍‌କୁ ଛାଡିଲେନି ବାପ-ପୁଅ । ଶେଷରେ କବାଟ ଭାଙ୍ଗି ଭିତରକୁ ପଶିଥିଲେ ଅଧିକାରୀ ।  ତେବେ ଉଭୟଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଭିଜିଲାନ୍ସ ପକ୍ଷରୁ ସୂଚନା ଦିଆଯାଇଛି । ସେପଟେ ଏବେ ବି ଜଗନ୍ନାଥ ସେଠୀଙ୍କ ଲିଙ୍କ ନେଇ ବିଭିନ୍ନ ସ୍ଥାନରେ ଚଢାଉ ଜାରି ରହିଛି । ଚଢାଉ ହେଉଥିବା ସ୍ଥାନଗୁଡିକ ମଧ୍ୟରେ ବ୍ରହ୍ମପୁରର ଗଜପତି ନଗର, ବ୍ରହ୍ମପୁର ଆମ୍ବପୁଆ, ଭୁବନେଶ୍ୱରର ଏମ୍‌ସ୍‌ ନିକଟରେ ଥିବା ଘର, ଗଞ୍ଜାମର ପୁତାଗଡ଼ରେ ଥିବା ପୈତୃକ ବାସଭବନ ରହିଛି ।

Leave A Reply

Your email address will not be published.