କନ୍ଧମାଳ ଜିଲ୍ଲାରେ ପୌର ନିର୍ବ।ଚନ ପାଇ ପ୍ରସ୍ତୃତି ବୈଠକ

କନ୍ଧମାଳ : ଚଳିତ ମାସରେ କନ୍ଧମାଳ ଜିଲ୍ଲାରେ ହେବାକୁ ଥିବା ବିଜ୍ଞାପିତ ଅଂଞ୍ଚଳ ପରିଷଦ ବାଲିଗୁଡା ଓ ଘୁ.ଉଦୟଗିରି ଏବଂ ଫୁଲବାଣି ପୌର ପରିଷଦର ସାଧାରଣ ନିର୍ବାଚନ ପଇଁ ରାଜ୍ୟ ସରକାର ଶକ୍ତି ବିଭାଗର ସ୍ୱତନ୍ତ୍ର ସଚିବ ଶ୍ରୀ ଧନଞ୍ଜୟ ସ୍ୱାଇ ସାଧାରଣ ପର୍ଯ୍ୟବେକ୍ଷକ ଭାବେ ନିଯୁକ୍ତ ହୋଇଛନ୍ତି । ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ସଦ୍‌ଭାବନା ସଭା ଗୃହରେ ନିର୍ବାଚନ ସମ୍ଭନ୍ଧୀୟ ଏକ ସମିକ୍ଷା ବୈଠକ କନ୍ଧମାଳ ଜିଲ୍ଲାପାଳ ଡା. ବୃନ୍ଦା ଡି.ଙ୍କ ଅଧକ୍ଷତାରେ ଗତକାଲି ଅନୁଷ୍ଠିତ ହୋଇଯାଇଛି । ମତଦାନ କେନ୍ଦ୍ର ମାନଙ୍କରେ ସର୍ବନିମ୍ନ ମୌଳିକ ସୁବିଧା ଗୁଡିକୁ ସୁନିଶ୍ଚିତ କରିବା ପାଇଁ ସମ୍ପୃକ୍ତ ବିଡିଓ ଏବଂ ତହସିଲଦାର ତଥା ନିର୍ବାଚନ ଅଧିକାରୀ ମାନଙ୍କୁ ଜିଲ୍ଲାପାଳ ପରାମର୍ଶ ଦେଇଥିଲେ । ମତଦାନ କେନ୍ଦ୍ର ଗୁଡିକରେ ଯେପରି କୌଣଷି ପ୍ରକାରର ଅବ୍ୟବସ୍ଥା ନହୁଏ ସେଥିପ୍ରତି ଧ୍ୟାନ ଦେବାକୁ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି । ତେବେ ଉକ୍ତ ବୈଠକରେ କନ୍ଧମାଳ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ବସନ୍ତ କୁମାର ସାହୁ, ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ଶ୍ରୀ ବିଶ୍ୱରଞ୍ଜନ ନାୟକ, କନ୍ଧମାଳ ଉପ ଜିଲ୍ଲାପାଳ ଶ୍ରୀ ଶେଷଦେବ ମିଶ୍ର, ନିର୍ବାଚନ ଅଧିକାରୀ, ବାଲିଗୁଡା ଓ ନିର୍ବାଚନ ଅଧିକାରୀ ଘୁ.ଉଦୟଗିରିଙ୍କ ସମେତ ନୋଡାଲ ଅଧିକାରୀ ମାନେ ଯୋଗଦାନ ଦେଇଥିଲେ ।

Leave A Reply

Your email address will not be published.