ଗୋଆ କଂଗ୍ରେସ ନେତାଙ୍କ ସାଙ୍ଘାତିକ ଅଭିଯୋଗ

ନୂଆଦିଲ୍ଲୀ ୧୦/୦୩: ଆରମ୍ଭ ହୋଇଯାଇଛି ଭୋଟ୍ ଗଣତି । ୫ ରାଜ୍ୟର ଫଳାଫଳ ଉପରେ ରହିଛି ଦେଶବାସୀଙ୍କ ନଜର । ତେବେ ଗୋଆର କଂଗ୍ରେସ ନେତା ମାଇକେଲ ଲୋବୋ । ତେବେ ଗତ କିଛିଦିନ ହେଲା ତାଙ୍କୁ ଲଗାତର ଭାବେ ବିଜେପି ନେତାମାନେ ଯୋଗାଯୋଗ କରୁଥିବା ସେ ଅଭିଯୋଗ କରିଛନ୍ତି । ଲୋବୋ କହିଛନ୍ତି ଯେ. ସେ ବିଜେପି ନେତାଙ୍କ କଲ୍ ରିସିଭ କରୁନାହାଁନ୍ତି । ବାରମ୍ବାର ବିଜେପି ନେତାମାନେ ତାଙ୍କୁ କଲ୍ କରି ଚାଲିଛନ୍ତି । କଂଗ୍ରେସ ଗୋଆରେ ସରକାର ଗଠନ କରିବ । ସେମାନଙ୍କ ସହ କିଛି ସ୍ୱାଧିନ ପ୍ରାର୍ଥୀ ରହିଛନ୍ତି । ଏହାସହ ସେ ନିଜ ଦମରେ ସରକାର ଗଠନ କରିବେ ବୋଲି ଦାବି କରିଛନ୍ତି ।ଏପରିକି ସେ ଗୃହମନ୍ତ୍ରୀ ଅମିତ ଶାହଙ୍କ ସହ କିଛି କଥା ହୋଇନଥିବା କହିଛନ୍ତି । ସୂଚନାଯୋଗ୍ୟ, ଲୋବୋ ୨୦୦୫ରେ କଂଗ୍ରେସ ଛାଡି ବିଜେପିରେ ଯୋଗ ଦେଇଥିଲେ । କିନ୍ତୁ ଚଳିତ ବର୍ଷ ଜାନୁଆରୀରେ ସେ ପୁଣି କଂଗ୍ରେସକୁ ଫେରିଥିଲେ । କଂଗ୍ରେସ ମଧ୍ୟ ଗୋଆରେ ସରକାର ଗଠନ କରିବ ବୋଲି ଆଶାବାଦୀ ରହିଛି । ୨୦୧୭ରେ ଦଳ ଅଧିକ ସିଟ୍ ପାଇ ମଧ୍ୟ ସରକାର ଗଠନ କରିପାରିନଥିଲା । ଦଳ ଏବେ ବିଧାୟକ ପ୍ରାର୍ଥୀଙ୍କ କୌଣସି ଏକ ରିସୋର୍ଟକୁ ନେଇ ରଖିଛି । ଫଳରେ ଘୋଡାବେପାର ସହଜ ହେବ ନାହିଁ ବୋଲି କହିଛନ୍ତି କର୍ଣ୍ଣାଟକ କଂଗ୍ରେସ ସଭାପତି ଡିକେ ଶିବକୁମାର ।

Leave A Reply

Your email address will not be published.