ଶନିବାରଠୁ ଭାରତ-ଶ୍ରୀଲଙ୍କା ଦ୍ୱିତୀୟ ଟେଷ୍ଟ୍

ନୂଆଦିଲ୍ଲୀ, ୧୦|୦୩:  ଭାରତ ମାର୍ଚ୍ଚ ୧୨ ତାରିଖରୁ ଶ୍ରୀଲଙ୍କା ବିପକ୍ଷରେ ପିଙ୍କ୍ ବଲ ଟେଷ୍ଟ୍ ଖେଳିବ । ଦଳ ପ୍ରଥମ ମ୍ୟାଚରେ ଶ୍ରୀଲଙ୍କାକୁ ଇନିଂସ ସହ ୨୨୨ ରନରେ ପରାସ୍ତ କରିଥିଲା । ତେବେ ଭ୍ରମଣକାରୀ ଦଳ ବିପକ୍ଷରେ ତୃତୀୟ ପିଙ୍କ୍ ବଲ ଟେଷ୍ଟ ଖେଳିବ ଭାରତ । ପୂର୍ବରୁ ଦଳ ୨୦୧୯ରେ ବାଂଲାଦେଶ ଓ ୨୦୨୧ରେ କୋଲକାତା ବିପକ୍ଷରେ ପିଙ୍କ୍ ବଲ ଟେଷ୍ଟ ଖେଳିଥିଲା । ପ୍ରାକ୍ଟିସ୍ ସେସନରେ ସବୁ ଖେଳାଳି ଆତ୍ମବିଶ୍ୱାସର ସହ ଥିବା ଦେଖିବାକୁ ମିଳିଥିଲା । ପ୍ରଥମ ଟେଷ୍ଟକୁ ବୃହତ ବ୍ୟବଧାନରେ ଜିତିବା ପରେ ଦଳ ଉପରେ ସେତେଟା ଚାପ ନାହିଁ । ଅଧିନାୟକ ରୋହିତ ଶର୍ମା ଓ ପୂର୍ବତନ ଅଧିନାୟର ବିରାଟ କୋହଲିଙ୍କ ପାଇଁ ଏହି ମୁକାବିଲା ଖାସ୍ ହେବାକୁ ଯାଉଛି । କାରଣ ଏହି ମୁକାବିଲାରେ ତାଙ୍କ ବ୍ୟାଟରୁ ପ୍ରଶଂସକ ଶତକ ଆଶା ରଖିଛନ୍ତି । ଦୀର୍ଘ ୨୭ ମାସ ଧରି ବିରାଟଙ୍କ ବ୍ୟାଟ୍ ଶାନ୍ତ ଅଛି । ସେ ବାଂଲାଦେଶେ ବିପକ୍ଷ ଦିବାରାତ୍ର ମୁକାବିଲାରେ ଶେଷ ଶତକ ଲଗାଇଥିଲେ । ଦ୍ୱିତୀୟ ଟେଷ୍ଟରେ ଭାରତ ବଡ ପରିବର୍ତ୍ତନ କରିପାରେ । କୂଳଦୀପ ଯାଦବଙ୍କ ବଦଳରେ ଅକ୍ଷର ପଟେଲଙ୍କୁ ଦଳ ଚୁଡାନ୍ତ ଏକାଦଶରେ ସାମିଲ କରିବ । ଅକ୍ଷର ଏବେ ସମ୍ପୂର୍ଣ୍ଣ ଫିଟ୍ ଅଛନ୍ତି । ସେହିପରି ଶୁଭମନ ଗିଲଙ୍କୁ ଆଉ କିଛି ଦିନ ଅପେକ୍ଷା କରିବାକୁ ପଡିପାରେ । ମୋହାଲି ଟେଷ୍ଟରେ ରୋହିତ ଶର୍ମା ଓ ମୟଙ୍କ ଅଗ୍ରଓ୍ୱାଲ ଓପନିଂ ପାଇଁ ଓହ୍ଲାଇଥିଲେ । ବେଙ୍ଗାଲୁରୁ ଦିନିକିଆରେ ମଧ୍ୟ ଉଭୟ ପୁଣି ଓପନିଂ ପାଇଁ ଓହ୍ଲାଇପାରନ୍ତି । ତେବେ ଦ୍ୱିତୀୟ ମୁକାବିଲା ଜିତି ଭାରତ ସିରିଜ ଜିତିବାକୁ ଲକ୍ଷ୍ୟ ରଖିବ । ପୂର୍ବରୁ ଦଳ ଟି୨୦ ସିରିଜରେ ଶ୍ରୀଲଙ୍କାକୁ ମାତ୍ ଦେଇଥିଲା ।

Leave A Reply

Your email address will not be published.