ନିର୍ବାଚନ ହାରିବା ପରେ ବର୍ଷିଲେ ସିଦ୍ଧୁ

ଚଣ୍ଡିଗଡ଼, ୧୨/୦୩: ପଞ୍ଜାବରେ କଂଗ୍ରେସର ଶୋଚନୀୟ ପରାଜୟ ପରେ ଦଳର ମଙ୍ଗଧାରୀ ନଭଜୋତ୍‌ ସିଂହ ସିଦ୍ଧୁଙ୍କ ଆଶ୍ଚର୍ଯ୍ୟଜନକ ବୟାନ ସାମ୍ନାକୁ ଆସିଛି । ଯେଉଁଥିରେ ସେ ଜନତାଙ୍କ ଫଇସଲାକୁ ମାନିଛନ୍ତି । ସିଦ୍ଧୁ କହିଛନ୍ତି ଯେ, ଜନତା ପରମ୍ପରାଗତ ରଜନୈତିକ ସିଷ୍ଟମ୍‌କୁ ଖାରଜ୍‌ କରିଛନ୍ତି । ଯାହାକି ଏକ ଭଲ କଥା । ଏହା ବର୍ତ୍ତମାନର ବଦଳୁଥିବା ରାଜନୀତି । ମୁଁ ପଞ୍ଜାବବାସୀଙ୍କୁ ଶୁଭେଚ୍ଛା ଜଣାଉଛି । କାରଣ ସେମାନେ ଏପରି ଏକ ଭଲ ନିଷ୍ପତ୍ତି ନେଇଛନ୍ତି ବୋଲି ସେ କହିଛନ୍ତି । ପୁରୁଣା ବ୍ୟବସ୍ଥାକୁ ତ୍ୟାଗ କରି ପଞ୍ଜାବବାସୀ ନୂଆ ସରକାର ଆପଣେଇବାକୁ ଯାଉଛନ୍ତି । ଜନତା ବଡ଼ ପରବର୍ତ୍ତନ କରିଛନ୍ତି ଏବଂ ଏହା ଭୁଲ୍‌ ନୁହେଁ । ଅମୃତସର ପୂର୍ବ ସିଟ୍‌ରୁ ନିର୍ବାଚନ ଲଢ଼ି ଆପ୍‌ ପ୍ରାର୍ଥୀ ଜୀବନ ଜୋତ୍‌ କୌରଙ୍କ  ଠାରୁ ସିଦ୍ଧୁ ପରାଜିତ ହୋଇଛନ୍ତି । ଏହାକୁ ନେଇ ପ୍ରତିକ୍ରିୟାରେ କହିଛନ୍ତି ଯେ ମୋ ଲକ୍ଷ୍ୟ ପଞ୍ଜାବର ବିକାଶ କରିବା । ମୁଁ ପଞ୍ଜାବବାସୀଙ୍କ ସହିତ ରହିଛି ଏବଂ ସର୍ବଦା ରହିଥିବି । ଯିଏ ପଞ୍ଜାବକୁ ଭଲ ପାଇଛି ସିଏ ହାରୁ ବା ଜିତୁ କିଛି ଫରକ୍‌ ପଡ଼େନି ।  ପଞ୍ଜାବକୁ କିପରି ଜିତିବେ ତାହା କେବଳ ଗୋଟିଏ ଲକ୍ଷ୍ୟ ବୋଲି କହିଛନ୍ତି ସିଦ୍ଧୁ । କେବଳ ଏତିକି ନୁହେଁ, ସେ ପୁଣି ଥରେ ଦଳର ନେତାମାନଙ୍କୁ ଟାର୍ଗେଟ୍‌ କରିଛନ୍ତି । ‘ଯେଉଁମାନେ ମୋ ପାଇଁ ଗାତ ଖୋଳିଛନ୍ତି, ସେମାନେ ଶହେ ଗୁଣ ତଳେ ପଡ଼ିଛନ୍ତି । ତିନିରୁ ଚାରିଜଣ ମୁଖ୍ୟମନ୍ତ୍ରୀ ହାରିଯାଇଛନ୍ତି। ଏହା ହେଉଛି ତାଙ୍କର କର୍ମ । ତୁମେ ଯେପରି ବୁଣିଲ, ସେହିପରି ଅମଳ କରିବ। ‘ କେବଳ ଏତିକି ନୁହେଁ, ନଭଜୋତ ସିଂ ସିଦ୍ଧୁ ଏହି ପରାଜୟ ପାଇଁ ସିଏମ୍ ଚରଣଜିତ ସିଂହ ଚନ୍ନିଙ୍କୁ ଦାୟୀ କରିଛନ୍ତି। ଏଥିପାଇଁ ସିଦ୍ଧୁ ପାର୍ଟି ହାଇକମାଣ୍ଡଙ୍କ ଉପରେ ମଧ୍ୟ ବର୍ଷିଛନ୍ତି । ସିଦ୍ଧୁ କହିଛନ୍ତି ଯେ ସିଏମ୍‌ ଭାବେ ଚନ୍ନିଙ୍କ ନାମ ରାହୁଲ ଗାନ୍ଧୀ ଘୋଷଣା କରିଛନ୍ତି ଏବଂ ମୁଁ ଶେଷ ପର୍ଯ୍ୟନ୍ତ ତାଙ୍କ ସହିତ ଛିଡା ହୋଇଛି।

Leave A Reply

Your email address will not be published.