ଅଧିକ ଦିନ ଚାଲିବ ଋଷ-ୟୁକ୍ରେନ ଲଢେଇ

ନୂଆଦିଲ୍ଲୀ ୧୨/୦୩:   ରୁଷ-ୟୁକ୍ରେନ୍ ଭିତରେ ଘମାଘୋଟ ଯୁଦ୍ଧ ଜାରି ରହିଛି । କିଭକୁ ୩ ପଟୁ ଘେରି ଯାଇଛନ୍ତି ରୁଷ ସେନା । ୟୁକ୍ରେନ୍ ରାଜଧାନୀକୁ ଦଖଲ ପାଇଁ ଆଗକୁ ବଢୁଛି ରୁଷ ସେନା ।  ଲଗାତର ମିଶାଇଲ୍ ମାଡ଼ କରୁଛି । ଏପଟେ ୟୁକ୍ରେନ୍ ସେନା ସହ ସାଧାରଣ ନାଗରିକ ମଧ୍ୟ ଗରିଲା ୱାରକୁ ଓହ୍ଲାଇଛନ୍ତି । ରୁଷର ସେନା ଏବଂ ଟ୍ୟାଙ୍କ ଉପରେ ଆକ୍ରମଣ କରୁଛି ୟୁକ୍ରେନ୍ । ଏମିତି ସ୍ଥିତିରେ ଯୁଦ୍ଧ ଆହୁରି ଲମ୍ବା ଚାଲିବ ବେଲି ଆଶଙ୍କା କରାଯାଉଛି । ଏବେ ଆର-ପାର ଲଢେଇ । ରାଜଧାନୀ କିଭ୍ ର ୩ପଟୁ ଘେରିଛନ୍ତି ରୁଷ ସେନା । ଗରିଲା ୱାର କରି ଜବାବ ଦେଉଛି ୟୁକ୍ରେନ୍ । ରୁଷ-ୟୁକ୍ରେନ୍ ଯୁଦ୍ଧର ଆଜି ୧୬ଦିନ । କିଭ୍ ଦଖଲ କରିବାକୁ ରୁଷ ସେନା ଆଗକୁ ଆଗକୁ ମାଡ ଚାଲିଛନ୍ତି । ୟୁକ୍ରେନ୍ର ଅନ୍ୟ ସହରକୁ ମଧ୍ୟ ଦଖଲ କରିବା ଲାଗି ହମଲା ତୀବ୍ର କରିଛି ରୁଷ ସେନା । ଆମେରିକାର ମାକ୍ସାର ସାଟେଲାଇଟ୍ ଚିତ୍ର ଅନୁଯାୟୀ ୬୦କିଲୋମିଟର ଲମ୍ବିଥିବା ରୁଷ ସେନାର ଗାଡି ସବୁ ଏବେ ବିଭିନ୍ନ ଆଡକୁ ଖେଳି ଯାଇଛନ୍ତି । କିଭ୍ ସହର ଚାରିପାଖେ ରୁଷ ସେନା ଖେଦି ଯାଇଛନ୍ତି । ଏୟାରଷ୍ଟ୍ରାଇକ୍ ସହ ସ୍ଥଳଭାଗରେ ମଧ୍ୟ ରୁଷ ସେନା କିଭ ଭିତରକୁ ପଶିବାକୁ ଚେଷ୍ଟା କରୁଛନ୍ତି । ଆସନ୍ତା ୩-୪ ଦିନ ଭିତରେ ରୁଷ ସେନା ବଡ ଧରଣର ହମଲା କରିବା ପାଇଁ ରଣନୀତି ବନାଉଥିବା ଆକଳନ କରାଯାଉଛି । ଶୀଘ୍ର କିଭ୍ ଦଖଲ କରିବାକୁ ରୁଷ ଚାହୁଁଛି, ଅନ୍ୟପଟେ ଇନଷ୍ଟିଚ୍ୟୁଟ୍ ଅଫ୍ ଷ୍ଟଡି ଓ୍ୱାର ରିପୋର୍ଟ ଅନୁଯାୟୀ ଯୁଦ୍ଧ ଆହୁରି ଲମ୍ବା ଚାଲିବ । ୟୁକ୍ରେନ୍ ର ଗରିଲା ସେନା ରୁଷ ଟ୍ୟାଙ୍କକୁ ଟାର୍ଗେଟ୍ କରି ଧ୍ବଂସ କରୁଛନ୍ତି । ଏହି ଦୃଶ୍ୟ ସାମ୍ନାକୁ ଆସିଛି । ୟୁକ୍ରେନ୍ ସେନା ସହ ସାଧାରଣ ଲୋକ ମଧ୍ୟ ଗରିଲା ୱାରକୁ ଓହ୍ଲାଇଛନ୍ତି । ତେଣୁ ରୁଷ ସେନା ପାଇଁ ଚାଲେଞ୍ଜ ବଢି ଯାଇଛି । ସାରା କିଭ୍ ସହର ଦୁର୍ଗ ପାଲଟି ଯାଇଛି । ସାଧାରଣ ଲୋକ ସେନା ପୋଷାକ ପିନ୍ଧି ମୁକାବିଲା ଲାଗି ପ୍ରସ୍ତୁତ ହୋଇ ରହିଛନ୍ତି । ଏଭିତରେ, ରୁଷ ସେନାର ଡେପୁଟି ଚିଫ୍ ମେଜର ରାଙ୍କ ଅଫିସରଙ୍କୁ ଖେରସନ୍ ରେ ମାମି ଦେଇଥିବା ୟୁକ୍ରେନ୍ ଦାବି କରିଛି । ଗତ ୧୬ଦିନ ଭିତରେ ଏହା ରୁଷ ସେନାର ତୃତୀୟ ବଡ଼ ଅପିସରଙ୍କ ମୃତ୍ୟୁ ବୋଲି କୁହାଯାଉଛି । ଏବେ ସୁଦ୍ଧା ୧୨ହଜାର ରୁଷ ସେନା ଯୁଦ୍ଦରେ ପ୍ରାଣ ହରାଇଥିବା ୟୁକ୍ରେନ୍ ଦାବି କରିଛି । ୫୭ ଫାଇଟର୍ ପ୍ଲେନ୍ , ୩୫୩ ଟ୍ୟାଙ୍କ, ୮୩ ହେଲିକପଟର, ୧୨୫ ତୋପ, ୧୧୬୫ ସେନା ଗାଡି ନଷ୍ଟ କରିଥିବା ଦାବି କରିଛି ୟୁକ୍ରେନ୍ । କେବଳ କିଭ୍ ନୁହେଁ ଉତ୍ତରରେ ଇରପିନ୍ ସହ ପୂର୍ବରେ ବ୍ରୋୱରୀ ଏବଂ ମାରିୟୁପୋଲ ସହର ଉପରେ ଲଗାତର ମିଶାଇଲ ମାଡ଼ ହେଉଛି । ଆହୁରି ଅନେକ ସହର ଉପରେ ବୋମା ବର୍ଷା ହେଉଛି, ଯାହାକୁ ପ୍ରଥମଥର ପାଇଁ ରୁଷ ସେନା ଟାର୍ଗେଟ କରୁଛି । ଘମାଘୋଟ ହେଉଛି ଯୁଦ୍ଧ । ଖାର୍କିଭ୍ ରେ ଗୋଟିଏ ସେଲଟର୍ ହୋମ୍ ଉପରେ ହମଲା ହୋଇଛି । ଯେଉଁଠି ୩ଶହରୁ ଅଧିକ ଲୋକ ରହୁଥିଲେ, ଯେଉଁମାନଙ୍କ ଭିତରୁ ଅନେକ ଦିବ୍ୟାଙ୍ଗ । ୟୁକ୍ରେନ୍ ଶିକ୍ଷା ମନ୍ତ୍ରୀ କହିଛନ୍ତି ରୁଷସେନା ୨୮୦ସ୍କୁଲ କଲେଜ୍ ଧ୍ବଂସ କରି ଦେଇଛନ୍ତି । ଏପରିକି ରେସ୍କ୍ୟୁ ଅପରେସନ୍ ସମ.ରେ ମାନବୀୟ କରିଡର ଉପରେ ମଧ୍ୟ ହମଲା ହୋଇଥିବା ୟୁକ୍ରେନ୍ କହିଛି ।

Leave A Reply

Your email address will not be published.