ମର୍ଣ୍ଣିଂ ଓ୍ୱାର୍କ ବେଳେ ମାଡିଗଲା ଟ୍ରକ

ସମ୍ବଲପୁର ୧୨।୦୩ : ସମ୍ବଲପୁର ସାକ୍ଷୀପଡ଼ା ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ମର୍ଣ୍ଣିଂ ଓ୍ୱାର୍କ ବେଳେ ବରିଷ୍ଠ ଆଇନଜୀବୀଙ୍କ ଉପରେ ମାଡ଼ିଗଲା ଟ୍ରକ । ଘଟଣାସ୍ଥଳରେ ଆଇନଜୀବୀଙ୍କ ମୃତ୍ୟୁ ହୋଇଛି । ମୃତ ଆଇନଜୀବୀଙ୍କ ନାମ ଉମେଶ ପ୍ରଧାନ ବୋଲି ଜଣାପଡିଛି । ଘଟଣାସ୍ଥଳରେ ସ୍ଥାନୀୟଲୋକଙ୍କ ପକ୍ଷରୁ ରାସ୍ତାରୋକ କରାଯାଇଛି । ଖବର ଅନୁଯାୟୀ, ପ୍ରତ୍ୟେକ ଦିନ ପରି ଆଜି ବି ଶ୍ରୀଯୁକ୍ତ ପ୍ରଧାନ ପ୍ରାତଃ ଭ୍ରମଣ କରିବା ପାଇଁ ବାହାରିଥିଲେ । ସକାଳ ୬:୪୫ ସମୟରେ ଅଇଁଠାପାଲି ପଟୁ ଦୃତ ଗତିରେ ଆସୁଥିବା ଅଙ୍ଗୁର ବୋଝେଇ ଟ୍ରକ ଧକ୍କା ଦେଇଥିଲା । ଏହି ଦୁର୍ଘଟଣାରେ ବରିଷ୍ଠ ଆଇନଜୀବୀ ଉମେଶ ଚନ୍ଦ୍ର ପ୍ରଧାନଙ୍କ ମୃତ୍ୟ ହୋଇଛି । ମୃତ୍ୟୁ ପରେ ଘଟଣାସ୍ଥଳରେ ଉତ୍ତେଜନା ଦେଖାଦେଇଛି । ସ୍ଥାନୀୟଲୋକଙ୍କ ପକ୍ଷରୁ ଜାତୀୟ ରାଜପଥକୁ ଅବରୋଧ କରିଛନ୍ତି ।

Leave A Reply

Your email address will not be published.