ଦର୍ଶକଙ୍କ ନାକ ଫଟାଇଦେଲେ ରୋହିତ

ନୂଆଦିଲ୍ଲୀ ୧୪/୦୩:   ଦର୍ଶକଙ୍କ ନାକ ଫଟାଇଲେ ରୋହିତ ଶର୍ମା । ବେଙ୍ଗାଲୁରୁରେ ଖେଳାଯାଉଥିବା ପିଙ୍କ୍ ବଲ୍ ଟେଷ୍ଟର ପ୍ରଥମ ଦିନରେ ଅଧିନାୟକ ରୋହିତ ଶର୍ମା ଛକା ମାରି ଜଣେ ଦର୍ଶକଙ୍କ ନାକ ଫଟାଇ ଦେଇଛନ୍ତି । ଫଳରେ ଦର୍ଶକଙ୍କୁ ହସ୍ପିଟାଲରେ ଭର୍ତ୍ତି କରିବାକୁ ପଡିଥିଲା । କାରଣ ତାଙ୍କୁ ଗୁରୁତର ଆଘାତ ଲାଗିଥିଲା । ସୂଚନାନୁସାରେ, ଭାରତ ଓ ଶ୍ରୀଲଙ୍କା ବିପକ୍ଷ ଟେଷ୍ଟ୍ ସିରିଜର ପ୍ରଥମ ଦିନରେ ବ୍ୟାଟିଂ କରୁଥିଲେ ରୋହିତ ଶର୍ମା । ସେ ବିଶ୍ୱ ଫର୍ଣ୍ଣାଣ୍ଡୋଙ୍କ ଏକ ବଲକୁ ସିଧା ଷ୍ଟାଣ୍ଡ ଦିଗରେ ଛକା ମାରିଥିଲେ । ତେବେ ଦର୍ଶକ ଗ୍ୟାଲେରୀରେ ଥିବା ଜଣେ ବ୍ୟକ୍ତି ଏହାକୁ କ୍ୟାଚ୍ କରିବା ପାଇଁ ଭାବିଥିଲେ। କିନ୍ତୁ ଏହା ତାଙ୍କ ହାତରେ ନ ରହି ନାକରେ ବାଜିଥିଲା  । ଫଳରେ ବ୍ୟକ୍ତିଙ୍କ ନାକରୁ ରକ୍ତ ବାହାରିଥିଲା । ତାଙ୍କୁ ତୁରନ୍ତ ହସ୍ପିଟାଲ ନିଆଯାଇଥିଲା । ନାକରେ ଏକ୍ସରେ କରିବା ପରେ ଏଥିରେ ଫ୍ୟାକଚର୍ ହୋଇଥିବା ଜଣାପଡିଥିଲା । ଏପରି ଭାବେ ରୋହିତ ନ ଚାହିଁ ବି ଜଣେ ଫ୍ୟାନଙ୍କ ନାକ ଫଟାଇଦେଇଥିଲେ ।

Leave A Reply

Your email address will not be published.