ରୋଗୀଙ୍କୁ ଗୋଡେଇ ଗୋଡେଇ ପିଟିଲେ ଡାକ୍ତର

ଧର୍ମଗଡ ୧୪।୦୩ : ଚିକିତ୍ସା ପାଇଁ ଆସିଥିବା ରୋଗୀଙ୍କୁ ଡାକ୍ତରଙ୍କ ନିସ୍ତୁକ ମାଡ l କଳାହାଣ୍ଡି ଜିଲ୍ଲା ଧର୍ମଗଡ ଉପଖଣ୍ଡ ଡାକ୍ତରଖାନାରେ ଡାକ୍ତରଙ୍କ ଏପରି ଉନ୍ମକ୍ତ କାଣ୍ଡ ଦେଖିବାକୁ ମିଳିଛି । ଯାହାର ଭିଡିଓ ଭାଇରାଲ ହେବାର ଲାଗିଛି । ଖବର ଅନୁଯାୟୀ, ଗତକାଲି ରାତି ରେ ଡ୍ୟୁଟି ରେ ଥିବା ଡାକ୍ତର ଶୈଳେଶ କୁମାର ଦୋରା ହସ୍ପିଟାଲକୁ ଆସିଥିବା ଧର୍ମଗଡ ବସ୍ତିପଡାର ଜଣେ ରୋଗୀଙ୍କୁ କୌଣସି କଥାକୁ ନେଇ ରାଗି ଯାଇଥିଲେ । ଏହାପରେ ତାଙ୍କୁ ଗୋଡ଼ାଇ ଗୋଡ଼ାଇ ନିସ୍ତୁକ ମାଡ଼ ମାରିଥିବାର  ଭିଡ଼ିଓ ଭାଇରାଲ ହେବାରେ ଲାଗିଛି l ତେବେ କେଉଁ କାରଣକୁ ନେଇ ଡାକ୍ତର ଏମିତି କାଣ୍ଡ କରିଛନ୍ତି ତାହା ଅସ୍ପଷ୍ଟ ରହିଛି l

Leave A Reply

Your email address will not be published.