ଋଷ ହମଲାରେ ଆମେରିକାର ଚଳଚ୍ଚିତ୍ର ନିର୍ମାତା ବ୍ରେଣ୍ଟ ରେନାଡ ନିହତ

ନୂଆଦିଲ୍ଲୀ ୧୪ /୦୩ : ଋଷ ଏବଂ ୟୁକ୍ରେନ ମଧ୍ୟରେ ଯୁଦ୍ଧ ଏହାରି ଭିତରେ ୧୯ ଦିନରେ ପହଞ୍ଚିଛି । ଦୁଇ ଦେଶ ମଧ୍ୟରେ ହୋଇଥିବା ଏହି ଯୁଦ୍ଧରେ ଏପର୍ଯ୍ୟନ୍ତ ହଜାର ହଜାର ସୈନିକଙ୍କ ମୃତ୍ୟୁ ହୋଇଛି । ଏହି ଯୁଦ୍ଧରେ ଅନେକ ସାଧାରଣ ନାଗରିକ ମଧ୍ୟ ପ୍ରାଣ ହରାଇଛନ୍ତି । ତେବେ ଏହି ଯୁଦ୍ଧ ସମୟରେ ଆମେରିକାର ଚଳଚ୍ଚିତ୍ର ନିର୍ମାତା ତଥା ସାମ୍ବାଦିକ ବ୍ରେଣ୍ଟ ରେନାଡଙ୍କ ମୃତ୍ୟୁ ଖବର ସାମ୍ନାକୁ ଆସିଛି । ରବିବାର ଦିନ, ୟୁକ୍ରେନରେ ଅବସ୍ଥିତ ଇରପିନ ସହରରେ ଋଷର ସେନା ଦ୍ୱାରା ହୋଇଥିବା ଓପନ ଫାୟାରରେ ବ୍ରେଣ୍ଟ ରେନାଡଙ୍କ କାର ଉପରେ ହୋଇଥିଲା । AFP ର ରିପୋର୍ଟ ଅନୁଯାୟୀ, ଏହି ଆକ୍ରମଣରେ ବ୍ରେଣ୍ଟଙ୍କର ମୃତ୍ୟୁ ହୋଇଛି । ତାଙ୍କ ସହ ଥିବା ଅନ୍ୟ ଜଣେ ସାମ୍ବାଦିକ ଜୁଆନ ଆରେଡୋଣ୍ଡୋଙ୍କୁ ଆହତ ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ୫୦ ବର୍ଷିୟ ବ୍ରେଣ୍ଟ ଆମେରିକାର ଆରକାନାସର ବାସିନ୍ଦା ଥିଲେ । ନ୍ୟୁୟର୍କ ଟାଇମ୍ସ ପାଇଁ ବ୍ରେଣ୍ଟ ଜଣେ ଚଳଚ୍ଚିତ୍ର ନିର୍ମାତା ତଥା ସାମ୍ବାଦିକ ଥିଲେ । ତାଙ୍କ ମୃତ୍ୟୁ ପରେ ପ୍ରକାଶନ ଏକ ବିବୃତ୍ତି ଜାରି କରି କହିଛି ଯେ ପ୍ରକାଶନ ତରଫରୁ ବ୍ରେଣ୍ଟ ୟୁକ୍ରେନ ଯାଇନାହାଁନ୍ତି । ସେ ୟୁକ୍ରେନର ଶରଣାର୍ଥୀମାନଙ୍କ ବିଷୟରେ ଏକ ରିପୋର୍ଟ ପ୍ରସ୍ତୁତ କରୁଥିଲେ । ୟୁକ୍ରେନର ଆଭ୍ୟନ୍ତରୀଣ ମନ୍ତ୍ରଣାଳୟ କହିଛି ଯେ ଗତ କିଛି ଦିନ ହେବ ୟୁକ୍ରେନ ଋଷ ଉପରେ ଆକ୍ରମଣ ଜାରି ରହିଛି । ବ୍ରେଣ୍ଟଙ୍କ ମୃତ୍ୟୁର ବିବରଣୀ ଏପର୍ଯ୍ୟନ୍ତ ୟୁକ୍ରେନ କର୍ତ୍ତୃପକ୍ଷ ଦେଇନାହାଁନ୍ତି, କିନ୍ତୁ ଆମେରିକୀୟ ସାମ୍ବାଦିକ ଜୁଆନ ଆରେଡୋଣ୍ଡୋ କହିଛନ୍ତି ଯେ ସେମାନେ ଦୁହେଁ ଇରପିନ ଚେକ୍ ପଏଣ୍ଟକୁ ଯାଇଥିଲେ । ଜୁଆନ କିଭ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି । ସେ କହିଛନ୍ତି ଯେ ବ୍ରେଣ୍ଟଙ୍କ ବେକରେ ଗୁଳିମାଡ ହୋଇଥିଲା । ଏହି ସମୟରେ, ଜୁଆନଙ୍କ ତଳ ପିଠିରେ ଆଘାତ ଲାଗିଛି ।

Leave A Reply

Your email address will not be published.