ଲକମଲଙ୍କୁ ଶୁଭେଚ୍ଛା ଜଣାଇଲେ ଦ୍ରାବିଡ ଓ କୋହଲି

ନୂଆଦିଲ୍ଲୀ ୧୪/୦୩:  ହୃଦୟ ଜିତିଲେ ଭାରତୀୟ କ୍ରିକେଟ୍ ଟିମ୍‌ର ମୁଖ୍ୟ କୋଚ୍ ରାହୁଲ ଦ୍ରାବିଡ ଓ ପୂର୍ବତନ ଅଧିନାୟକ ବିରାଟ କୋହଲି । ଉଭୟ ଶ୍ରୀଲଙ୍କା ଡ୍ରେସିଂ ରୁମରେ ଭ୍ରମଣକାରୀ ଦଳର ଖେଳାଳି ଲକମଲଙ୍କୁ କ୍ରିକେଟ କ୍ୟାରିଅର ପାଇଁ ଶୁଭେଚ୍ଛା ଜଣାଇଛନ୍ତି । ଶ୍ରୀଲଙ୍କା ବୋଲର ସୁରଙ୍ଗା ଲକମଲ ଭାରତ ବିପକ୍ଷ ଟେଷ୍ଟ୍ ସିରିଜ ପରେ ଅବସର ନେବେ ବୋଲି ଘୋଷଣା କରିଥିଲେ । ଏହି ପରିପ୍ରେକ୍ଷୀରେ ଦ୍ରାବିଡ ଓ ବିରାଟ ତାଙ୍କୁ ଭେଟିଥିଲେ । ଯାହାର ଭିଡିଓ ବିସିସିଆଇ ସେୟାର କରିଛି । ବେଙ୍ଗାଲୁରୁ ଟେଷ୍ଟର ଦ୍ୱିତୀୟ ଦିନରେ ଏହି ଘଟଣା ଦେଖିବାକୁ ମିଳିଥିଲା । ଲକମଲ ଶ୍ରୀଲଙ୍କା ତରଫରୁ ୭୦ଟି ଟେଷ୍ଟ୍ ମ୍ୟାଚ୍ ଖେଳିଛନ୍ତି । ସେ ୩୬.୪୪ ଆଭରେଜରେ ୧୭୧ ଓ୍ୱିକେଟ୍ ହାସଲ କରିଛନ୍ତି । ସେ ଶ୍ରୀଲଙ୍କା ଦଳର ଷ୍ଟାର୍ ବୋଲର । ତାଙ୍କ ଅନୁପସ୍ଥିତି ଦଳକୁ ପ୍ରଭାବିତ କରିବ ।

Leave A Reply

Your email address will not be published.