କାନାଡାର ଟରଣ୍ଟୋରେ ଦୁର୍ଘଟଣା: ୫ ଭାରତୀୟ ଛାତ୍ରଙ୍କ ମୃତ୍ୟୁ

କାନାଡା ୧୪ /୦୩ : କାନାଡାର ଟରଣ୍ଟୋରେ ଅଟୋ ଦୁର୍ଘଟଣାଗ୍ରସ୍ତ । ଫଳରେ ଏହି ଦୁର୍ଘଟଣାରେ ୫ ଜଣ ଭାରତୀୟ ଛାତ୍ରଙ୍କ ମୃତ୍ୟୁ ହୋଇଛି । ଅନ୍ୟ ଦୁଇଜଣ ଆହତ ହୋଇଛନ୍ତି । ସେମାନଙ୍କୁ ଚିକିତ୍ସା ପାଇଁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଟରୋଣ୍ଟୋରେ ଥିବା କନସୁଲେଟ୍ ଜେନେରାଲ୍ ଟିମ୍ ସହାୟତା ପାଇଁ ପୀଡିତଙ୍କ ସାଙ୍ଗମାନଙ୍କ ସହ ଯୋଗାଯୋଗରେ ଅଛନ୍ତି । ଭାରତର ହାଇ କମିଶନର ଅଜୟ ବିସାରିୟା ଏହି ସୂଚନା ଦେଇଛନ୍ତି । ମୃତକମାନେ ହେଲେ ହରପ୍ରୀତ ସିଂ, ଜସପିନ୍ଦର ସିଂ, କରଣପାଲ ସିଂ, ମୋହିତ ଚୌହାନ ଏବଂ ପୱନ କୁମାର ବୋଲି ଜଣାପଡିଛି । ସେମାନଙ୍କର ବୟସ ୨୧ରୁ ୨୪ ବର୍ଷ ମଧ୍ୟରେ ହେବ । ପୋଲିସ କହିଛି ଯେ ସେମାନେ ସମସ୍ତେ ଗ୍ରେଟର ଟରୋଣ୍ଟୋ ଏବଂ ମୋଣ୍ଟ୍ରିଆଲ୍ ଅଞ୍ଚଳର ଛାତ୍ର ଥିଲେ । ସେମାନେ ରାଜପଥରେ ଏକ ଯାତ୍ରୀବାହୀ ଭ୍ୟାନରେ ପଶ୍ଚିମ ଦିଗକୁ ଯାଉଥିଲେ । ଶନିବାର ସକାଳ ପ୍ରାୟ ୩ଟା ୪୫ ବେଳେ ଟ୍ରାକ୍ଟର-ଟ୍ରେଲର ପରସ୍ପର ସହିତ ଧକ୍କା ହୋଇଥିଲା । ପୋଲିସ କହିଛି ଯେ ଦୁର୍ଘଟଣା ପରେ ଅନ୍ୟ ଦୁଇଜଣ ଗୁରୁତର ଆହତ ଯାତ୍ରୀଙ୍କୁ ଡାକ୍ତରଖାନା ନିଆଯାଇଛି । ତେବେ ସେମାନଙ୍କ ଅବସ୍ଥା ସମ୍ପର୍କରେ କୌଣସି ପ୍ରକାର ସୂଚନା ଜଣାପଡିନି । ଦୁର୍ଘଟଣାର ପରେ ପୋଲିସ ତଦନ୍ତ ଜାରି ରହିଛି । ଏହି ମାମଲାରେ ଏପର୍ଯ୍ୟନ୍ତ କୌଣସି ଅଭିଯୋଗ ଦାଖଲ କରାଯାଇ ନାହିଁ ।

Leave A Reply

Your email address will not be published.