ଆଜିଠୁ ବଜେଟ୍‌ର ଦ୍ୱିତୀୟ ସିଟିଂ

ନୂଆଦିଲ୍ଲୀ, ୧୪|୦୩: ସୋମବାରଠୁ ଆରମ୍ଭ ହେବାକୁ ଯାଉଛି ସଂସଦର ବଜେଟ ସେସନର ଦ୍ଵିତୀୟ ସିଟିଂ। ସଂସଦର ଦ୍ବିତୀୟ ସିଟିଂରେ ଉଭୟ ରାଜ୍ୟସଭା ଏବଂ ଲୋକସଭା ପୂର୍ବାହ୍ନ ୧୧ଟାରୁ ଆରମ୍ଭ ହେବ। କିନ୍ତୁ ଚଳିତ ସେସନରେ ରାଜ୍ୟ ସଭା ୧୯ ଘଣ୍ଟା ଅଧିକ କାର୍ଯ୍ୟ ସମୟକୁ ନିର୍ଧାରଣ କରାଯାଇଛି। ଦ୍ବିତୀୟ ସେସନରେ ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣ ଜମ୍ମୁ କାଶ୍ମୀର ପାଇଁ ଲୋକସଭାରେ ବଜେଟ ଉପସ୍ଥାପନ କରିବେ। ଯାହାକୁ ପାସ କରିବା ସରକାରଙ୍କ ପ୍ରାଥମିକତା ରହିବ । ଗୃହରେ କଂଗ୍ରେସର କ’ଣ ରହିବ ଆଭିମୁଖ୍ୟ ତାକୁ ନେଇ ବସିଥିଲା ବୈଠକ । ବେକାରୀ ସମସ୍ୟା, ୟୁକ୍ରେନ ରୁ ଭାରତୀୟଙ୍କୁ ବାହୁଡା଼ ଭଳି ବିଭିନ୍ନ ମୁଦ୍ଦାକୁ ନେଇ ସରକାରଙ୍କୁ ଘେରିବାକୁ ସ୍ଥିର କରିଛି କଂଗ୍ରେସ।

Leave A Reply

Your email address will not be published.