ଫୁଲବାଣୀରେ ମନ୍ତ୍ରୀ ପ୍ରତାପ ଜେନାଙ୍କ ମାରାଥନ ପ୍ରଚାର

ଫୁଲବାଣୀ : ଫୁଲବାଣୀ ସହରର ସମସ୍ତ ୱାର୍ଡରେ ସାଂସଦ ଡ଼ଃ. ଅଚ୍ୟୁତ ସାମନ୍ତ ଓ ମନ୍ତ୍ରୀ ପ୍ରତାପ ଜେନା ପ୍ରମୁଖ ବିଜେଡି ଅଧକ୍ଷା ପାର୍ଥୀ ପୁନମ କହଁର ଓ କାଉନସିଲରଙ୍କ ପାଇଁ ମାରାଥନ ପ୍ରଚାର କରିଛନ୍ତି l ପୌର ନିର୍ବାଚନ ପ୍ରଚାର ଅବସରରେ ଫୁଲବାଣୀ ଅମଳପଡା ସ୍ଥିତ ବ୍ରାହ୍ମଣ ଦେବି ମନ୍ଦିର ପଡିଆ ସମୁଖରେ ୬ ,୭ ଏବଂ ୮ ନମ୍ବର ୱାର୍ଡ ପାଇଁ ମନ୍ତ୍ରୀ ଓ ସାଂସଦ ପ୍ରଚାର କରିବା ସହ କର୍ମୀ ମାନଙ୍କୁ ଏକଜୁଟ ହୋଇ ନିଷ୍ଠାର ସହ ପାର୍ଥୀଙ୍କ ସହ ଭୋଟରଙ୍କ ପାଖକୁ ଯାଇ ଦଳୀୟ ପ୍ରାର୍ଥୀଙ୍କୁ ଜିତାଇବା ଲାଗି କାର୍ଯ୍ୟ କରିବାକୁ ପରାମର୍ଶ ଦେଇଛନ୍ତି ଲ ଉକ୍ତ ନିର୍ବାଚନ ପ୍ରଚାରରେ ଚେୟାରମ୍ୟାନ ପ୍ରାର୍ଥୀନୀ ଶ୍ରୀମତୀ ପୁନମ କହଁର, ୬ ନମ୍ବର ୱାର୍ଡ ମେମ୍ବର ପ୍ରାର୍ଥୀନୀ ଶ୍ରୀମତୀ ଲଳିତା ମୁନି, ୭ ନମ୍ବର ୱାର୍ଡ ମେମ୍ବର ପ୍ରାର୍ଥୀନୀ ଶ୍ରୀମତୀ. ଟୁନି ସେଠି ଏବଂ ୮ ନମ୍ବର ପାର୍ଥୀ ରାଜେନ୍ଦ୍ର ପାଢ଼ୀଙ୍କ ପାଇଁ ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନା ଓ କନ୍ଧମାଳ ସାଂସଦ ଡ଼ଃ ଅଚ୍ୟୁତାନନ୍ଦ ସାମନ୍ତ ପ୍ରମୁଖ ଭୋଟ ଭିକ୍ଷା କରିଥିଲେ l ଅନ୍ୟମାନଙ୍କ ଭିତରେ ଜିଲ୍ଲା ସଭାପତି ସରୋଜ କର୍ଣ୍ଣ, ରାଜ୍ୟ କାର୍ଯ୍ୟ କାରିଣୀ ସଦସ୍ୟ ଶିବପ୍ରସାଦ ତ୍ରିପାଠୀ, ରାଜ୍ୟ ସଂଖ୍ୟାଲଘୁ ସେଲର ସାଧାରଣ ସମ୍ପାଦକ ମହମ୍ମଦ ୟାସିନ ବେଗ, ଛାତ୍ର ସଭାପତି ସୁନୀଲ ସେଠି,ଫୁଲବାଣୀର ଲୋକ ପ୍ରିୟ କଳାକାର ଜଳନ୍ଧର କହଁର, ସଂଖ୍ୟା ଲଘୁ ନେତା ମହମ୍ମଦ ସାକିଲ, ପ୍ରସନ୍ନ ବିଶୋଇ,ଙ୍କ ସମେତ ବିଜେଡି କର୍ମୀ ଓ ବହୁ ସଂଖ୍ୟlରେ ସାହିର ଜନସାଧାରଣ ଉପସ୍ଥିତ ଥିଲେ l ମନ୍ତ୍ରୀ ଓ ସାଂସଦଙ୍କ ଉପସ୍ଥିତି ପ୍ରଚାରକୁ ସରଗରମ କରିଥିଲା l ଫଳରେ ଏବେ ଫୁଲବାଣୀ ରେ ବିଜେଡିର ପଲ୍ଲା ଭାରି ଥିବା ଦେଖିବାକୁ ମିଳିଛି l

Leave A Reply

Your email address will not be published.